ମୁଁ ଲୋକଙ୍କୁ ଭୁଲ ପ୍ରମାଣିତ କରିଛି: ଜସପ୍ରୀତ୍ ବୁମରାହ

t

ନୂଆଦିଲ୍ଲୀ: ଲିଡ୍ସ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଷ୍ଟାର କ୍ରିକେଟର ଜସପ୍ରିତ ବୁମରାହ ଚମତ୍କାର ବୋଲିଂ କରିଥିଲେ ଏବଂ ୮୩ରନ ଦେଇ ୫ୱିକେଟ୍ ନେବାରେ ସଫଳ ହୋଇଥିଲେ। ବୁମ୍‌ରାଙ୍କ ପାଞ୍ଚ ୱିକେଟ୍ ସଫଳତା ପାଇଁ ଏକଦା ଦୃଢ଼ ସ୍ଥିତିରେ ଥିବା ଘରୋଇ ଇଂଲଣ୍ଡ ୪୬୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ ଭ୍ରମଣକାରୀ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ପାଳିରେ ୬ ରନ୍‌ର ଛୋଟ ହେଲେ ମନୋସ୍ତାତ୍ତ୍ବିକ ଅଗ୍ରଣୀ ଲାଭ କରିଥିଲା। ତୃତୀୟ ଦିନର ଷ୍ଟମ୍ପ୍ସ ବେଳକୁ ଦ୍ବିତୀୟ ପାଳିରେ ୨ ୱିକେଟ୍ ବିନିମୟରେ ୯୦ ରନ୍ କରି ଟିମ୍ ଇଣ୍ଡିଆ ମୋଟ ଉପରେ ୯୬ ରନ୍‌ରେ ଆଗୁଆ ରହିଛି। 

ତେବେ ତୃତୀୟ ଦିନର ଖେଳ ଶେଷ ହେବା ପରେ, ବୁମରାହ ଏକ ବଡ଼ ବୟାନ ଦେଇଛନ୍ତି ଯାହା ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ବୁମରାହ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ଯେଉଁମାନେ ସବୁବେଳେ କହୁଥିଲେ ଯେ, ତାଙ୍କ କ୍ୟାରିଅର ଅଧିକ ଦିନ ଚାଲିବ ନାହିଁ। ମ୍ୟାଚ୍ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୁମରାହ କହିଛନ୍ତି, "ଅନେକ ଲୋକ କହୁଥିଲେ ମୁଁ କେବଳ ଆଠ ମାସ ପାଇଁ ଖେଳିବି, କେତେକ କହୁଥିଲେ ୧୦ମାସ ପାଇଁ। କିନ୍ତୁ ଏବେ ମୁଁ ୧୦ ବର୍ଷ ହେଲାଣି ଅନ୍ତର୍ଜାତୀୟ କ୍ରିକେଟ୍ ଏବଂ ୧୨-୧୩ ବର୍ଷ ହେଲାଣି ଆଇପିଏଲ୍ ଖେଳୁଛି। ଏବେ ମଧ୍ୟ ଲୋକମାନେ କହୁଛନ୍ତି ମୋ କ୍ୟାରିୟର ‌ଶେଷ ହେବ, ମୁଁ ଏଠାରୁ ଚାଲିଯିବି। ସେମାନଙ୍କୁ କହିବାକୁ ଦିଅ। ମୁଁ ମୋର କାମ ନିଜେ କରିବି। ଏହି ସବୁ କଥା ପ୍ରତି ଚାରି ମାସରେ ଆସିବ। କିନ୍ତୁ ଯେପର୍ଯ୍ୟନ୍ତ ପରମେଶ୍ୱର ଚାହାଁନ୍ତି, ମୁଁ ଖେଳିବି। ମୁଁ ମୋର ସର୍ବୋତ୍ତମ ଚେଷ୍ଟା କରେ, ଏବଂ ତା'ପରେ ମୁଁ ଏହା ପରମେଶ୍ୱରଙ୍କ ଉପରେ ଛାଡି ଦିଏ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe