କାରଗିଲ୍‌ ଯୁଦ୍ଧ ସମୟରେ ଅନୁପ୍ରବେଶକାରୀଙ୍କ ସଂପର୍କରେ ପ୍ରଥମେ ଏହି ବରିଷ୍ଠ ମନ୍ତ୍ରୀଙ୍କୁ ମିଳିଥିଲା ସୂଚନା

photo-livemint

ନୂଆଦିଲ୍ଲୀ: ବହୁତ କମ୍‌ ଲୋକ ଜାଣନ୍ତି ଯେ କାରଗିଲ୍‌ ଯୁଦ୍ଧ ସମୟରେ ଅନୁପ୍ରବେଶକାରୀଙ୍କ ସଂପର୍କରେ ସୂଚନା ପ୍ରଥମେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ମିଳିଥିଲା। ସେ ହେଲେ ବୈଦେଶିକ ମନ୍ତ୍ରୀ ଜସବନ୍ତ ସିଂହ।

ଜସବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ ଏହାର ଖୁଲାସା କରି କହିଛନ୍ତି ଯେ ୧୯୯୯ରେ କାରଗିଲ ଯୁଦ୍ଧ ସମୟରେ ତାଙ୍କର ପ୍ରତିରକ୍ଷା ମନ୍ତ୍ରାଳୟ ଓ ସେନା ମୁଖ୍ୟାଳୟ ମଧ୍ୟରେ ଉତ୍ତମ ସଂପର୍କ ଥିଲା। ସେହି ସମୟରେ ସେ ଇଣ୍ଡିଆନ୍‌ ଏକ୍ସପ୍ରେସ ପାଇଁ ପ୍ରତିରକ୍ଷା ସଂପର୍କୀତ ଖବର ପରିବେଷଣ କରୁଥିଲେ। ମଇ ଦ୍ୱିତୀୟ ସପ୍ତାହରେ ସେନା ମୁଖ୍ୟାଳୟରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀ ମାନବେନ୍ଦ୍ରଙ୍କୁ ଫୋନ୍‌ କରି ତାଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ।

publive-image photo--new indian express

ରାତ୍ରି ଭୋଜନ ସମୟରେ ସେହି ଅଧିକାରୀ ଜଣକ ମାନବେନ୍ଦ୍ର ସିଂହଙ୍କୁ ତାଙ୍କ ଘରେ ଭେଟିଲେ। ଅଧିକାରୀ ଜଣକ କହିଥିଲେ ଦ୍ରାସ-କାରଗିଲ ସେକ୍ଟରରେ ଗଡବଡ଼ି ଅଛି, ପୁରା ଫୋର୍ସକୁ ହେଲିକେପ୍ଟର ମାଧ୍ୟମରେ କୌଣସି ଅସୁବିଧାଜନକ ସ୍ଥାନକୁ ପଠାଇ ଦିଆଗଲା। ଏଠାରେ ଅନୁପ୍ରବେଶ ଚାଲିଥିଲା। ଏହାପରେ ମାନବେନ୍ଦ୍ର ସିଂହ ଜାଣିପାରିଲେ ଯେ ଅନୁପ୍ରବେଶ ଚାଲିଛି। ତା’ପରେମାନବେନ୍ଦ୍ର ସିଂହ ପିତା ଜସବନ୍ତ ସିଂହଙ୍କୁ ସମସ୍ତ କଥା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe