ଜାଠ ବଦଳରେ ଜାଠ: ଗେହଲୋଟ୍ ଗଲେ, ରାଘବେନ୍ଦ୍ରଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କଲେ ଆତିଶୀ

Advertisment

ଦିଲ୍ଲୀ ସରକାରରେ ନାଙ୍ଗଲୋଇ ଜାଠ ବିଧାୟକ ରଘୁବିନ୍ଦର ଶୌକେନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସରକାରରେ ନୂତନ କ୍ୟାବିନେଟ ମନ୍ତ୍ରୀ ହେବେ। ଶୌକେନ ହେଉଛନ୍ତି ଦିଲ୍ଲୀର ଜଣେ ଜାଠ ନେତା। ଜାଠ ନେତା କୈଲାସ ଗେହଲୋଟ୍ ଦଳ ଛାଡିବାର ଗୋଟିଏ ଦିନ ପରେ ଏହି ଖବର ସାମ୍ନାକୁ ଆସିଛି...

ଦିଲ୍ଲୀ ସରକାରରେ ନାଙ୍ଗଲୋଇ ଜାଠ ବିଧାୟକ ରଘୁବିନ୍ଦର ଶୌକେନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସରକାରରେ ନୂତନ କ୍ୟାବିନେଟ ମନ୍ତ୍ରୀ ହେବେ। ଶୌକେନ ହେଉଛନ୍ତି ଦିଲ୍ଲୀର ଜଣେ ଜାଠ ନେତା। ଜାଠ ନେତା କୈଲାସ ଗେହଲୋଟ୍ ଦଳ ଛାଡିବାର ଗୋଟିଏ ଦିନ ପରେ ଏହି ଖବର ସାମ୍ନାକୁ ଆସିଛି...

WhatsApp Image 2024-11-18 at 8.03.30 PM

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାବିନେଟରେ ବିଧାୟକ ରଘୁବିନ୍ଦର ଶୌକେନ ନୂତନ ମନ୍ତ୍ରୀ ହେବେ ବୋଲି ଆମ୍ ଆଦମୀ ପାର୍ଟି ସୋମବାର ଘୋଷଣା କରିଛି। ସେ ନାଙ୍ଗଲୋଇ ଜାଠ ବିଧାନସଭା ଆସନରୁ ଜଣେ ବିଧାୟକ। କୈଲାସ ଗେହଲୋଟ୍‌ଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ରହିଥିଲା। ଏବେ ଶୌକେନଙ୍କୁ ମନ୍ତ୍ରୀ କରାଯାଉଛି। ଗେହଲୋଟ୍ ରବିବାର ଆମ୍ ଆଦମୀ ପାର୍ଟି ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସୋମବାର ବିଜେପିରେ ଯୋଗ ଦେଇଛନ୍ତି।

ରଘୁବିନ୍ଦର ଶୌକେନଙ୍କୁ ମନ୍ତ୍ରୀ କରିବା ସମ୍ପର୍କରେ ଆମ୍ ଆଦମୀ ଦଳର ନେତା ମନୀଷ ସିସୋଡିଆ କହିଛନ୍ତି ଯେ ଦିଲ୍ଲୀ ଜଣେ ନୂତନ କ୍ୟାବିନେଟ ମନ୍ତ୍ରୀ ପାଇବାକୁ ଯାଉଛି। ସେ ଶିକ୍ଷିତ ଏବଂ ଦୁଇଥର ବିଧାୟକ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଦଳରେ ନାଙ୍ଗଲୋଇ ବିଧାନସଭାର ଜଣେ ଅତି ପରିଶ୍ରମୀ ତଥା ଲୋକପ୍ରିୟ ବିଧାୟକ ରଘୁବିନ୍ଦର ‌ଶୌକେନ କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।

ରାଘବେନ୍ଦ୍ର ଶୌକେନ କହିଛନ୍ତି ଯେ ମୋତେ ଏକ ସୁଯୋଗ ଦେଇଥିବାରୁ ଆମ୍ ଆଦମୀ ପାର୍ଟି ଏବଂ ଶୀର୍ଷ ନେତୃତ୍ୱଙ୍କୁ ସର୍ବପ୍ରଥମେ ଧନ୍ୟବାଦ ଜଣାଉଛି। ଆମ୍ ଆଦମୀ ପାର୍ଟି ସମାଜର ସମସ୍ତ ବର୍ଗର ଲୋକଙ୍କ ସହିତ ଛିଡା ହୋଇଛି, ସେ କୃଷକ ହୁଅନ୍ତୁ କିମ୍ବା କ୍ରୀଡ଼ାବିତ୍ ହୁଅନ୍ତୁ ।

ତାଙ୍କୁ ଶୁଭେଚ୍ଛା ଏଥି ସହ ମଣିପୁର ହିଂସାକୁ ନେଇ ବିଜେପିକୁ କଡ଼ା ସମାଲୋଚନା କରି ସିସୋଡିଆ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ଶାସନ ଅର୍ଥ ହିଂସା, ଲଢ଼େଇ ଏବଂ ଦଙ୍ଗା। ବିଜେପିର ସମସ୍ତ ସରକାରରେ ସମାନ ଘଟଣା ଘଟିଥାଏ। ମଣିପୁରରେ ନିଆଁ ଲାଗିଯାଇଛି ଏବଂ ରାଜ୍ୟ ପୁରୁଣା ଦିନକୁ ଫେରିଛି। ଏହା କାହିଁକି ଘଟିଲା ବିଜେପି ଭାବିବା ଉଚିତ୍ ବୋଲି ସେ ଅଭିଯୋଗ ଆଣିଛନ୍ତି।

ଅଧିକ ପଢ଼ନ୍ତୁ: ସ୍ବାମୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଝିଅ: ଶାଶୁଘର କଥା କହି ମଞ୍ଚରେ କାନ୍ଦିଲେ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe