ଯତୀନ ଦାସଙ୍କ ପେଣ୍ଟିଂ ଚୋରି

Advertisment

‘ଏଆର୍‌ ଇଣ୍ଡିଆ’ର ପୂର୍ବତନ ଅଧିକାରୀଙ୍କ ନାଁରେ ଏତଲା

‘ଏଆର୍‌ ଇଣ୍ଡିଆ’ର ପୂର୍ବତନ ଅଧିକାରୀଙ୍କ ନାଁରେ ଏତଲା

#ମି-ଠୁ  ଜାଲରେ ଫସିଲେ ଓଡ଼ିଆ ଚିତ୍ରଶିଳ୍ପୀ ଯତୀନ ଦାସ, ସଂଗୀନ ଅଭିଯୋଗ ଆଣିଲେ ବିବାହିତା ମହିଳା

ନୂଆଦିଲ୍ଲୀ: ପ୍ରସିଦ୍ଧ ଓଡ଼ିଆ ଚିତ୍ରଶିଳ୍ପୀ ‘ପଦ୍ମ ବିଭୂଷଣ’ ଯତୀନ ଦାସ ୧୯୯୧ରେ ‘ଏଆର୍‌ ଇଣ୍ଡିଆ’କୁ ଦେଇଥିବା ତାଙ୍କର ପ୍ରସିଦ୍ଧ ‘ଉଡ଼ନ୍ତା ଅପ୍‌ସରା’ ଶୀର୍ଷକ ଚିତ୍ରଟି ଚୋରି ହୋଇଯାଇଥିବା ନେଇ ଏୟାର ଇଣ୍ଡିଆର ଜଣେ ପ୍ରାକ୍ତନ ଅଧିକାରୀଙ୍କ ନାଁରେ ଏତଲା ହୋଇଛି।
ସୂଚନାନୁଯାୟୀ, କନ୍‌ଟ ପ୍ଲେସ୍‌ସ୍ଥିତ ଏଆର୍‌ ଇଣ୍ଡିଆର କାର୍ଯ୍ୟାଳୟରେ ପ୍ରଦର୍ଶିତ ହେଉଥିବା ଏହି ଚିତ୍ରଟି ୨୦୦୪-୦୯ ମଧ୍ୟରେ ଚୋରିହୋଇଯାଇଥିଲା। ପୂଜା ଆଚାର୍ଯ୍ୟ ନାମ୍ନୀ କଳା ସଂଗ୍ରହାଳୟ ଅଧ୍ୟକ୍ଷାଙ୍କଠାରୁ ଚିତ୍ରଟିକୁ ବିକିବା ପାଇଁ ଉଦ୍ୟମ ହେଉଥିବା ଜାଣିବା ପରେ, ଯତୀନ ଏଆର୍‌ ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଅନୁସନ୍ଧାନ ଲାଗି ପତ୍ର ଲେଖିଥିଲେ। ଏଆର୍‌ ଇଣ୍ଡିଆ ପକ୍ଷରୁ ବିଭାଗୀୟ ଅନୁସନ୍ଧାନ ପରେ ପୂର୍ବତନ କର୍ମଚାରୀ ରୋହିତା ଜୈଦକାଙ୍କ ନାମରେ ଏତଲା ରୁଜୁ କରାଯାଇଛି। ରୋହିତା କାର୍ଯ୍ୟନିର୍ବାହୀ ନିର୍ଦେଶିକା ଭାବେ ଦାୟିତ୍ୱରେ ଥିବା ବେଳେ ଅନ୍ୟ କେତେକ ଅଜଣା ବ୍ୟକ୍ତିଙ୍କ ସହଯୋଗରେ ଚିତ୍ରଟି ଚୋରି କରିଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ତଦନ୍ତ ହେଉଥିିବା ଜାଣିବା ପରେ ସେ ଚିତ୍ରଟିକୁ ଏକ ଜାଲ୍‌ ଠିକଣାରୁ ଏଆର୍‌ ଇଣ୍ଡିଆ କାର୍ଯ୍ୟାଳୟକୁ ପଠାଇଦେଇଛନ୍ତି। ତେବେ ପଚିଶ ଲକ୍ଷ ଟଙ୍କା ମୂଲ୍ୟର ଏହି ଚିତ୍ରଟି ସମ୍ପ୍ରତି ଛିଣ୍ଡିଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe