କଙ୍ଗନାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କଲେ ଗୀତିକାର ଜାଭେଦ୍ ଅଖତର

Advertisment
କଙ୍ଗନାଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କଲେ ଗୀତିକାର ଜାଭେଦ୍ ଅଖତର

India Tv

ମୁମ୍ବାଇ: ଜଣାଶୁଣା ଗୀତିକାର ଜାଭେଦ୍ ଅଖତର ବିଭିନ୍ନ ନ୍ୟୁଜ୍ ଚ୍ୟାନେଲରେ ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ମାନହାନୀ ମାମଲା ରୁଜ୍ଜୁ କରିଛନ୍ତି। ମୁମ୍ବାଇର ଆନ୍ଧେରିସ୍ଥିତ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ ଅଦାଲତରେ ମାମଲା ଦାୟର କରାଯାଇଛି।

ଜାଭେଦ ଅଖତରଙ୍କ ଅଭିଯୋଗ ଅନୁଯାୟୀ, କଙ୍ଗନା ଜନମାନସରେ ତାଙ୍କର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛନ୍ତି। କଙ୍ଗନା ରାନାୱତ ଏକ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଜାଭେଦ ଅଖତରଙ୍କ ସଂପର୍କରେ  ଅପମାନଜନକ ବୟାନ ଦେଇଥିଲେ। ଏହି ଭିଡିଓ ଇଣ୍ଟରଭ୍ୟୁ ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମରେ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି। ଏହା ଜାଭେଦ ଅଖତରଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ଏଥିଲାଗି  କଙ୍ଗନା ରାନାୱତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ  କରିଛନ୍ତି ସେ । ଏଥିସହ ବରିଷ୍ଠ ଗୀତିକାର ଅଖତର କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ରାନାୱତ ତାଙ୍କ ନାମକୁ ଅନାବଶ୍ୟକ ଭାବେ ସଂଶ୍ଲିଷ୍ଟ କରିଛନ୍ତି ।

କଙ୍ଗନା ରାନାୱତ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କ୍ଷେତ୍ରରେ ନ୍ୟାୟ ପାଇଁ ଦାବି କରିଆସୁଛନ୍ତି ଏବଂ ଟ୍ୱିଟରରେ ଅନେକ ସମୟରେ ନିଜର ମତ ରଖିଛନ୍ତି। ଗତ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କର ତାଙ୍କ ବାନ୍ଦ୍ରା ଘରେ ମୃତଦେହ ମିଳିଥିଲା। ଏହା ହତ୍ୟା ନା ଆତ୍ମହତ୍ୟ ତାହା ସ୍ପଷ୍ଟ ହୋଇପାରିନାହିଁ। ସିବିଆଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe