United News of India
ଶିମ୍ଲା : ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲା ସ୍ଥିତ କସୌଲି ବାୟୁସେନା ଘାଟିରେ ଆଜି ଜଣେ ୨୪ ବର୍ଷୀୟ ବାୟୁସେନା ଯବାନ ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏଲ୍ଏସି କ୍ରିଷ୍ଣେନ୍ଦୁ ଚୌଧୁରୀ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ସର୍ଭିଲ ରାଇଫଲ୍ରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ବୋଲି ସୋଲାନ ଅତିରିକ୍ତ ପୁଲିସ ଏସ୍ପି ଶିବ କୁମାର କହିଛନ୍ତି। ଆତ୍ମହତ୍ୟା କରିଥିବା ଯବାନ ଚୌଧୁରୀଙ୍କ ଘର ତିରୁପତିର ଗୋମତି ଜିଲ୍ଲାରେ। ତେବେ କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ। ପୁଲିସ ଏବେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି। ଉଲ୍ଲେଖଯୋଗ୍ୟ ଗତକାଲି ମଧ୍ୟ ଚେନ୍ନାଇରେ ଜଣେ ଯବାନ ତାଙ୍କର ବରିଷ୍ଠଙ୍କୁ ଗୁଳି କରି ହତ୍ୟା କରିବାପରେ ନିଜେ ଆତ୍ମହତ୍ୟା କରିଥିଲେ।
Follow Us