ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ଏନ୍‌କାଉଣ୍ଟର୍‌: ଜଣେ ଯବାନ ସହିଦ ଓ ଜଣେ ଆତଙ୍କବାଦୀ ନିହତ

Advertisment
ଶତ୍ରୁର ଗୁଳି ନୁହେଁ, କରୋନା ନେଲାଣି ୧୦୦ ଯବାନଙ୍କ ଜୀବନ

Image Courtesy of Zee News

ଶ୍ରୀନଗର: ମଙ୍ଗଳବାର ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ଗୁସୋ ଗ୍ରାମରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳିବିନିମୟ କାରଣରୁ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଗୁଳିଚୋଟ ଯୋଗୁଁ ସେନାର ଅନ୍ୟ ଜଣେ ଯବାନ ଓ ଜଣେ ପୁଲିସ ମଧ୍ୟ ଆହତ ହୋଇଛନ୍ତି।

ଜମ୍ମୁ ଓ କଶ୍ମୀରର ଜଣେ ପୁଲିସ କର୍ମଚାରୀ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପୁଲିସ, ୫୩ ଆର୍‌ଆର୍ ଓ ସିଆର୍‌ପିଏଫ୍‌ର ମିଳିତ ଦଳ ଗୁସୋ ଗ୍ରାମରେ କର୍ଡନ୍ ଆଣ୍ଡ୍ ସର୍ଚ ଅଭିଯାନ ଚଳାଇଥିଲା।

publive-image Image Courtesy of India Today

ପୁଲିସ ଅଧିକାରୀଜଣକ ଆହୁରି କହିଛନ୍ତି ଯେ, ସନ୍ଦିଗ୍ଧ ସ୍ଥାନକୁ ମିଳିତ ଦଳ ଘେରାଉ କରିବା ବେଳେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହାର ଜବାବରେ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ପ୍ରଥମେ ଆତ୍ମସମର୍ପଣ ପାଇଁ ଆତଙ୍କବାଦୀମାନଙ୍କୁ କୁହାଯାଇଥିଲେ ବି ସେମାନେ ନିରାପତ୍ତା ବଳଙ୍କ ଉପକରୁ ଗୁଳି ବର୍ଷଣ କରିଥିଲେ।

କର୍ଡନ୍ ମଧ୍ୟରେ ଦୁଇ ତିନି ଜଣ ଆତଙ୍କବାଦୀ ରହିଥିବା କଥା ଅନୁମାନ କରାଯାଉଥିବା କଥା ପୁଲିସ କହିଛି। ଏବେ ମଧ୍ୟ ସେଠାରେ ଅଭିଯାନ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe