ନୂଆଦିଲ୍ଲୀ: ଦେଶପାଇଁ ଯବାନମାନେ ନିଜ ଜୀବନକୁ ବଳି ଦେଇ ଦେବା ସହିତ ଘର ସଂସାରକୁ ବି ପଛରେ ପକାଇ ଦେଇଥିବାର ଦେଖିବାକୁ ମିଳିଛି। ଏହି କ୍ରମରେ ଜଣେ ଯବାନ ପ୍ରବଳ ତୁଷାରପାତ ହେତୁ ଲୋକମାନଙ୍କ ସେବା ପାଇଁ ମୁତୟନ ଥିବା ଦୃଷ୍ଟିରୁ ନିଜ ବିବାହ ପାଇଁ ବି ଘରକୁ ଯାଇ ପାରି ନ ଥିବା ଜାଣିବାକୁ ମିଳିଛି।
India TVସୂଚନା ମୁତାବକ ଯବାନ ସୁନୀଲ ବାନ୍ଦୀପୋରା ହିମାଞ୍ଚଳର ମଣ୍ଡିରେ ବସବାସ କରନ୍ତି। ପ୍ରବଳ ତୁଷାରପାତ ହେତୁ ଲୋକଙ୍କ ସେବାରେ ଥିବାରୁ ସେ କାଶ୍ମୀରରୁ ବାହାରି ପାରିଲେ ନାହିଁ। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ପାଇଥିବା ଏହି ଖବରକୁ ଟୁଇଟ କରି ସେନା ବିଭାଗ କହିଥିଲେ, ଜଣେ ଯବାନ ପାଇଁ ସର୍ବପ୍ରଥମେ ହେଉଛି ଦେଶ। ଜୀବନ ତ ତାଙ୍କ ପାଇଁ ଅପେକ୍ଷା କରିବ।
ସୁନୀଲ ବାନ୍ଦୀପୋରାଙ୍କ ଗତ ଗୁରୁବାର ବାହାଘର ଥିଲା। ଏଥିପାଇଁ ବୁଧବାର ଠାରୁ ଉଭୟ ବର-କନ୍ୟା ପରିବାରରେ ସମସ୍ତ ରୀତିନୀତି ଆରମ୍ଭ ହୋଇଯାଇଥିଲା। ବିବାହ ପାଇଁ କରାଯାଇଥିବା ନିମନ୍ତ୍ରଣ ରକ୍ଷା କରି ବି ସମସ୍ତ ବନ୍ଧୁବାନ୍ଧବ ଘରେ ଆସି ପହଞ୍ଚି ଯାଇଥିଲେ। ସମସ୍ତେ ବର ସୁନୀଲର ଅପେକ୍ଷା କରି ରହିଥିଲେ। ଏହି ସମୟରେ ସୁନୀଲ ଘରଲୋକଙ୍କୁ ଫୋନ୍ କରି କହିଥିଲେ, ‘ଖରାପ ପାଣିପାଗ ହେତୁ ବିମାନ ଅବତରଣ କରି ପାରିବ ନାହିଁ। ତେଣୁ ମୁଁ ଘରକୁ ଯାଇ ପାରିବି ନାହିଁ।’
MensXP.comଖରାପ ପାଣିପାଗ ପାଇଁ ସମସ୍ତ ରାସ୍ତା ବନ୍ଦ ହୋଇଯାଇଥିଲା। ଯେଉଁ କାରଣ ପାଇଁ ସୁନୀଲ ବାନ୍ଦୀପୋରା ସେଠାରେ ଫସି ଯାଇଥିଲେ। କନ୍ୟାଘର ପକ୍ଷ ପ୍ରଥମେ ଯେତେବେଳେ ଜାଣିଲେ କି ଘରେ ଏଯାବତ ବର ପହଞ୍ଚି ନାହିଁ ସେମାନେ ଓ ତାଙ୍କ ବନ୍ଧୁବାନ୍ଧବ ନିରାଶ ହୋଇଯାଇଥିଲେ। କିନ୍ତୁ ପରେ ସେମାନେ ବିବାହ ପାଇଁ ନୂଆ ତାରିଖକୁ ନେଇ ରାଜି ବି ହୋଇଯାଇଥିଲେ।
ଭାରତୀୟ ସେନା ରବିବାର ଟୁଇଟ କରି କହିଛି, ଭାରତୀୟ ସେନାର ଜଣେ ଯବାନ ପ୍ରବଳ ତୁଷାରପାତ ପାଇଁ ନିଜ ବିବାହରେ ପହଞ୍ଚି ପାରି ନଥିଲେ। ଚିନ୍ତା କରନ୍ତୁ ନାହିଁ ଜୀବନ ଅପେକ୍ଷା କରିବ ଏହା ଦାବି ରହିଲା। ସର୍ବଦା ଦେଶ ପ୍ରଥମେ।
Follow Us