ସେନା ଯବାନ ଦେଖାଇଲେ ବାହାଦୁରୀ, ନଦୀକୁ ଡେଇଁ ଏପରି ବଞ୍ଚାଇଲେ ଭାସି ଯାଉଥିବା ଯୁବତୀଙ୍କ ଜୀବନ

Advertisment
ସେନା ଯବାନ ଦେଖାଇଲେ ବାହାଦୁରୀ, ନଦୀକୁ ଡେଇଁ ଏପରି ବଞ୍ଚାଇଲେ ଭାସି ଯାଉଥିବା ଯୁବତୀଙ୍କ ଜୀବନ

zeenews

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ଟଙ୍ଗମାର୍ଗରେ ସିଆରପିଏଫ୍‌ ଯବାନଙ୍କ ସାହାସିକତାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସିଆରପିଏଫ୍‌ ଯବାନମାନେ ଏହି ସ୍ଥାନରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ପାଇଥିଲେ। ଜଣେ ଯୁବତୀ ନଦୀରେ ଭାସି ଯାଉଥିବା ବେଳେ ୧୭୬ ସିଆରପିଏଫ୍‌ ଟଙ୍ଗମାର୍ଗ କମ୍ପାନିର ଯବାନମାନେ ମାନବଶୃଙ୍ଖଳା କରି ତାଙ୍କୁ ଉଦ୍ଧାର କରିଥିବା ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

publive-image

ଘଟଣାଟି ହେଉଛି ଏପରି, ଏମଜି ନାଏଡୁ ଓ ଏନ୍‌ ଉପେନ୍ଦ୍ର ତେଜଙ୍କ ଦୁହେଁ ନିଜ ଜୀବନକୁ ତିଳେ ମାତ୍ର ଖାତିର ନକରି ନଦୀ ସ୍ରୋତରେ ବୋହି ଯାଉଥିବା ଯୁବତୀଙ୍କୁ ଉଦ୍ଧାର ପାଇଁ ଡେଇଁ ପଡ଼ିଥିଲେ। ଏବଂ ସୌଭାଗ୍ୟବଶତଃ ଯୁବତୀଙ୍କୁ ବଞ୍ଚାଇ ନେଇଥିଲେ। ପାଣିର ସ୍ରୋତ ଅଧିକ ଥିବା ହେତୁ ଯବାନଙ୍କ ପାଇଁ ଯୁବତୀଙ୍କ ଉଦ୍ଧାର କରିବା ଏତେ ସହଜ ନଥିଲା। ଯୁବତୀଙ୍କୁ ଅଟକାଇବା ପରେ ସେଠାରେ ଥିବା ଅନ୍ୟ ଯବନମାନେ ବି ମାନବଶୃଙ୍ଖଳ ବନାଇଥିଲେ ଏବଂ ସୁରକ୍ଷିତ ଭାବେ ଯୁବତୀଙ୍କୁ ବାହାରକୁ ବାହାର କରି ଆଣିଥିଲେ। ସେନା ଅଧିକାରୀ ଯବନଙ୍କ ବାହାଦୁରୀ ପାଇଁ ପୁରସ୍କାର ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe