Image Source-Indiatoday
ନୂଆଦିଲ୍ଲୀ: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କୁ ଆଜି ପୁଲିସ ଏନକାଉଣ୍ଟରରେ ନିହତ କରିବା ପ୍ରସଙ୍ଗକୁ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନ ସମର୍ଥନ କରିଛନ୍ତି। ସେ ନିଜର ପ୍ରତିକ୍ରିୟରେ କହିଛନ୍ତି ଯେ କିଛି ନହେବାଠାରୁ ବିଳମ୍ଵରେ ହେବା ଭଲ ।
ପୂର୍ବରୁ ଜୟା ଏହି ଘଟଣାକୁ ନେଇ ସଂସଦରେ ନିଜର ମତ ରଖିଥିଲେ। ଉନ୍ନାଓ ଓ ଅନ୍ୟ ଦୁଷ୍କର୍ମ ଘଟଣାରେ ବଳାତ୍କାରୀଙ୍କୁ ଏଭଳି ଦଣ୍ଡ ମିଳିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି। ଜୟା ବଚ୍ଚନ ଆହୁରି କହିଛନ୍ତି ଯେ ଯେଉଁମାନେ ମହିଳା ଏବଂ ଶିଶୁମାନଙ୍କ ଉପରେ କରାଯାଉଥିବା ଏଭଳି ଜଘନ୍ୟ କାଣ୍ଡରୁ ସେମାନଙ୍କୁ ରକ୍ଷା କରିପାରୁ ନାହାନ୍ତି, ସେମାନେ ଲଜ୍ଜିତ ହେବା ଉଚିତ।
Image Source-Oneindiaଏହା ଉପରେ ନିଜର ପ୍ରତିକ୍ରିୟାରେ ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ ତେଲେଙ୍ଗାନା ପୁଲିସଠାରୁ ଉତ୍ତର ପ୍ରଦେଶ ପୁଲିସ କିଛି ଶିଖୁ।’
Follow Us