ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କଙ୍ଗନା ରାନାୱତ ରୋକଠୋକ୍ କଥା କହୁଥିବା ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ।  ସେ ସର୍ବଦା ଲୋକଙ୍କ ସାମ୍ନାରେ ନିଜର ମତ ଖୋଲାଖୋଲି ଭାବରେ ଉପସ୍ଥାପନ କରିଥାନ୍ତି। ନିକଟରେ କଙ୍ଗନା ଜୟା ବଚ୍ଚନଙ୍କୁ ଟାର୍ଗେଟ କରିଛନ୍ତି। ବାସ୍ତବରେ କିଛି ଦିନ ପୂର୍ବରୁ ଜୟା ବଚ୍ଚନ ତାଙ୍କ ସ୍ୱାମୀ ଅମିତାଭ ବଚ୍ଚନଙ୍କ ନାମ ତାଙ୍କ ସହ ଯୋଡ଼ି ହେବାକୁ ନେଇ ସଂସଦରେ ଆପତ୍ତି ଉଠାଇଥିଲେ।

Advertisment

କଙ୍ଗନା ଫିଭର ଏଫଏମକୁ ଏକ ସାକ୍ଷାତକାର ଦେଇ  କହିଛନ୍ତି ଯେ,ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ଯେ ପ୍ରକୃତି ଦ୍ୱାରା ନିର୍ମିତ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସୁନ୍ଦର ପାର୍ଥକ୍ୟ ଆଜି ଭେଦଭାବ ଭାବରେ ଦେଖାଯାଉଛି। ସେ କହିଛନ୍ତି  ପ୍ରକୃତି ମହିଳା ଏବଂ ପୁରୁଷଙ୍କୁ ପୃଥକ ଭାବରେ ସୃଷ୍ଟି କରିଛି ଏବଂ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ପୁରୁଷ ଏବଂ ସ୍ତ୍ରୀ ଏକତ୍ର ଏକ ସୁନ୍ଦର ସମ୍ପର୍କ ସୃଷ୍ଟି କରିଥାନ୍ତି। ତେବେ ଜୟାଙ୍କ ନାରୀବାଦ ଭୁଲ ଦିଗରେ ଗତି କରୁଛି ବୋଲି କଙ୍ଗନା ମଧ୍ୟ ଆପତ୍ତି ଊଠାଇଛନ୍ତି। ସେ କହିଛନ୍ତି ଯେ ସମାଜ ମଧ୍ୟ ଭୁଲ ଦିଗରେ ଗତି କରୁଛି।

ଅମିତାଭ ବଚ୍ଚନଙ୍କ ନାମରେ ତାଙ୍କୁ ସମ୍ବୋଧିତ କରାଯାଉଥିବାରୁ ଜୟା ବଚ୍ଚନ  ଅସ‌ନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ମହିଳାମାନଙ୍କର କ’ଣ ସ୍ୱାମୀଙ୍କ ବିନା କୌଣସି ପରିଚୟ ନାହିଁ? ତେବେ ପରେ ସେ ନିଜେ କହିଥିଲେ ଯେ ଅମିତାଭ ବଚ୍ଚନଙ୍କ ପତ୍ନୀ ହୋଇଥିବାରୁ ସେ ଗର୍ବିତ। 

ସୂଚନାଯୋଗ୍ୟ, ଜୁଲାଇ  ୨୯ ରେ, ଜୟା ବଚ୍ଚନ ତାଙ୍କ ସ୍ୱାମୀ ଅମିତାଭ ବଚ୍ଚନଙ୍କ ନାମକୁ ତାଙ୍କର ନାମ ଭାବରେ ବ୍ୟବହାର କରାଯାଉଥିବା ନେଇ ଆପତ୍ତି କରିଥିଲେ ଏବଂ କହିଥିଲେ ଯେ ପ୍ରତ୍ୟେକ ମହିଳାଙ୍କର ମଧ୍ୟ ନିଜର ପରିଚୟ ଅଛି।

ତାଙ୍କୁ ରାଜ୍ୟସଭାରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ କହିଥିଲେ, ଦୟାକରି ଶ୍ରୀମତି ଜୟା ଅମିତାଭ ବଚ୍ଚନ ଜୀ ନିଜର  ଭାଷଣ ଦିଅନ୍ତୁ। ଏନେଇ ଜୟା ଉତ୍ତର ଦେଇଥିଲେ, ସାର୍ କେବଳ ଜୟା ବଚ୍ଚନ କହିଥିଲେ ଯଥେଷ୍ଟ ହୋଇଥାନ୍ତା।  ହରିବଂଶ ଦର୍ଶାଇଥିଲେ ଯେ ତାଙ୍କ ନାମ ରେକର୍ଡରେ ସେପରି ଭାବେ ପଞ୍ଜିକୃତ ହୋଇଛି।

କଙ୍ଗନା ଜୟା ବଚ୍ଚନଙ୍କ ପରିଚୟର ଆବଶ୍ୟକତାକୁ "ଅହଂକାର" ଭାବରେ ନାମିତ କରିଛନ୍ତି।  କଙ୍ଗନା ଜୟା ବଚ୍ଚନଙ୍କୁ ଅହଂକାରୀ ବୋଲି ମଧ୍ୟ କହିଛନ୍ତି। ଏହି ଅହଂକାର ପରିବାର ମଧ୍ୟରେ ଥିବା ସୁନ୍ଦର ବନ୍ଧନକୁ ମଧ୍ୟ ବଞ୍ଚାଇ ପାରେ ନାହିଁ। ମଣିଷମାନେ ପରସ୍ପରକୁ ଆଲିଙ୍ଗନ କରିବା ଉଚିତ ଏବଂ ଏହି ପ୍ରକାର କଠୋରତା ସହିତ ପରସ୍ପରକୁ ଅଲଗା କରିବା ଉଚିତ୍ ନୁହେଁ। 

ଆଜିକାଲି ଲୋକମାନେ କେବଳ ନାମରେ ଆନ୍ଦୋଳନ କରୁଛନ୍ତି, ଯେପରି ସେମାନେ ଭୟଭୀତ ହୋଇ ପଡ଼ିଛନ୍ତି ।  ଯେତେବେଳେ ଲୋକମାନେ କୁହନ୍ତି, 'ମୋର ପରିଚୟ ଛଡ଼ାଇ ନିଆଯାଇଛି,' ଏସବୁ ଦେଖି ମୋତେ ଦୁଃଖ ଲାଗେ ବୋଲି କଙ୍ଗନା କହିଛନ୍ତି।  କଙ୍ଗନାଙ୍କ ଫିଲ୍ମ "ଏମ୍ରଜେନ୍ସି"ର ରିଲିଜ୍ ତାରିଖ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

ଅଧିକ ପଢ଼ନ୍ତୁ:ଦୋଷୀ ସାବ୍ୟସ୍ତ ହେଲେ ବି ବୁଲଡୋଜର ଚାଲିବା ଉଚିତ୍ ନୁହେଁ: ସୁପ୍ରିମକୋର୍ଟ

ଏହି  ଚଳଚ୍ଚିତ୍ର ସେନ୍ସର ପ୍ରମାଣପତ୍ରକୁ ଅପେକ୍ଷା କରିଛି।  ସେପ୍ଟେମ୍ବର  ୬ରେ ଏହା ପ୍ରେକ୍ଷାଳୟକୁ ଆସିପାରେ। ଏହି ଫିଲ୍ମ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ।  କଙ୍ଗନା ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।  ଏହି ଚଳଚ୍ଚିତ୍ରରେ ଅନୁପମ ଖେର, ଶ୍ରେୟାସ ତାଲପଡେ, ମହିମା ଚୌଧୁରୀ ଏବଂ ମିଲିନ୍ଦ ସୋମନ ମଧ୍ୟ ଅଭିନୟ କରିଛନ୍ତି।

ଅଧିକ ପଢ଼ନ୍ତୁ:ଆତଙ୍କବାଦୀଙ୍କ ଧର୍ମକୁ ନେଇ ବିବାଦ, ନେଟଫ୍ଲିକ୍ସରୁ ହଟିବ କାନ୍ଦାହାର ହାଇଜାକ୍!