ନୂଆଦିଲ୍ଲୀ: ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀ ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି। ନିକଟରେ ଜୟା କିଶୋରୀ ବିମାନବନ୍ଦରରେ ଦାମୀ ବ୍ୟାଗ ସହିତ ନଜର ଆସିଥିଲେ। ବ୍ୟାଗଟି ଡିଓର ବ୍ରାଣ୍ଡର ଥିଲା | ପ୍ରବଚିକାଙ୍କୁ ଏଭଳି ଦାମୀ ବ୍ୟାଗ୍ ଧରିଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଥିଲେ ଯେ, ସେହି ବ୍ୟାଗର ମୂଲ୍ୟ ୨ଲକ୍ଷରୁ ଅଧିକ। ଏହାକୁ ତିଆରି କରିବା ପାଇଁ ବାଛୁରୀ ଚର୍ମର ବ୍ୟବହାର କରାଯାଏ | ଏଭଳି ଦାବି ମଧ୍ୟରେ ବର୍ତ୍ତମାନ ଜୟା କିଶୋରୀ ସ୍ପଷ୍ଟୀକରଣ ଦେଇଛନ୍ତି।
ଜୟା କିଶୋରୀ କହିଛନ୍ତି ଯେ, "ମୋ ବ୍ୟାଗକୁ ନେଇ ଅନେକ ବିବାଦ ହେଉଛି। ମୁଁ ଏହା ଉପରେ ସ୍ପଷ୍ଟିକରଣ ରଖିବାକୁ ଚାହୁଁଛି। ସେହି ବ୍ୟାଗଟି ଏକ 'କଷ୍ଟୋମାଇଜଡ୍' ବ୍ୟାଗ୍। 'କଷ୍ଟୋମାଇଜ୍' ଅର୍ଥ ହେଉଛି ଆପଣ ବ୍ୟାଗ୍କୁ ନିଜ ଇଚ୍ଛା ଅନୁଯାୟୀ ଡିଜାଇନ୍ କରିପାରିବେ। ସେଥିପାଇଁ ମୋର ନାମ ବ୍ୟାଗରେ ଲେଖା ହୋଇଛି। ଏଥିରେ କୌଣସି ଚମଡ଼ାର ବ୍ୟବହାର କରାଯାଇ ନାହିଁ। ମୁଁ ପ୍ରବଚନ ପୂର୍ବରୁ, ପ୍ରବଚନ ସମୟରେ କିମ୍ବା ପ୍ରବଚନ ପରେ କଦାପି ଚମଡ଼ା ବ୍ୟବହାର କରି ନାହିଁ। ଆଗକୁ ମଧ୍ୟ କରିବି ନାହିଁ। ମୁଁ ଏବେ କେବଳ ନିଜେ ଚମଡାର ବ୍ୟବହାର କରୁନଥିବା ବିଷୟରେ ଦୃଢ଼ ଭାବେ କହିପାରିବି। କୌଣସି କମ୍ପାନି କ’ଣ କରୁଛନ୍ତି, ତାହା କହିପାରିବି ନାହିଁ।"
ଅକ୍ଟୋବର ୨୫ରେ ଏକ୍ସରେ ଜୟାଙ୍କ ଭିଡିଓ ପୋଷ୍ଟ କରି ବୀଣା ଜୈନ୍ ନାମକ ଜଣେ ମହିଳା ଲେଖିଥିଲେ ଯେ, "ପ୍ରବଚିକା ହୋଇ ନିଜ ପ୍ରଶଂସକଙ୍କୁ ଧନସଂପତ୍ତିର ଆହରଣର ମୋହ ପରିତ୍ୟାଗ କରି ଆଧ୍ୟାତ୍ମିକ ଉତ୍ତରଣ ଦିଗରେ ଅଗ୍ରସର ହେବାକୁ କହୁଥିବା ବେଳେ ନିଜେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାଗ୍ ଧରୁଛନ୍ତି। ନିଜକୁ ଭଗବାନ କୃଷ୍ଣଙ୍କ ଭକ୍ତ କହୁଥିବା ଜୟା ବାଛୁରୀ ଚମଡାରେ ନିର୍ମିତ ବ୍ୟାଗ୍ ଧରୁଛନ୍ତି। "ଏହି ପୋଷ୍ଟ ଭାଇରାଲ ହେବା ପରେ ଲୋକେ ଜୟାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଥିଲେ ଲୋକେ।
Follow Us