ଦିଲ୍ଲୀରେ ଆରମ୍ଭ ହେଲା ଜୟଦେବ ଉତ୍ସବ

Advertisment
ଦଶାବତାର ସ୍ତୁତି ଓ ଓଡ଼ିଶାରେ ଶ୍ରୀଗୀତଗୋବିନ୍ଦର ଟୀକା

ନୂଆଦିଲ୍ଲୀ : ସ୍ଥାନୀୟ ଇଣ୍ଡିଆ ହାବିଟାଟ୍‌ସ୍ଥିତ ଷ୍ଟେନ୍‌ ସଭାଗାରରେ ଦୁଇଦିନିଆ ଜୟଦେବ ଉତ୍ସବ-୨୦୨୩ ଆଜି ଶୁଭାରମ୍ଭ ହୋଇଛି। ସଞ୍ଚାରୀ ଫାଉଣ୍ଡେସନ୍‌ ପକ୍ଷରୁ ଏହାର ଆୟୋଜନ ହୋଇଛି। ପ୍ରଖ୍ୟାତ ନୃତ୍ୟ ସମୀକ୍ଷକ ମଞ୍ଜରୀ ସିହ୍ନା, ସଙ୍ଗୀତ ନାଟକ ଏକାଡେମୀର ପରିଷଦ ସଦସ୍ୟ ଶଶିପ୍ରଭା ତିୱାରୀ ଓ କ୍ରି-ଫାଉଣ୍ଡେସନ ନିର୍ଦ୍ଦେଶକ ଡ. ଆର୍ସିଆ ସେଠି ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି।

ଉତ୍ସବରେ ଜୟଦେବଙ୍କ ଗୀତଗୋବିନ୍ଦ ଉପରେ ଜାତୀୟ ସ୍ତରର ସ୍ବନାମଧନ୍ୟ ଶାସ୍ତ୍ରୀୟ ନୃତ୍ୟ କଳାକାରମାନଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଛି। ପ୍ରଥମ ଦିନରେ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ, ମିରନନ୍ଦା ବାରଥକାର, ରାଣି ଖାନମ ଏବଂ ନୃତ୍ୟଶାଳାର କଳାକାରମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଛି। ସଞ୍ଚାରୀ ଫାଉଣ୍ଡେସନ୍‌ ପକ୍ଷରୁ ୨୦୦୨ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଦେଶବିଦେଶର କଳା ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ବିଶେଷ ଆଦୃତ ହେଉଥିବା ଏହାର ନିର୍ଦ୍ଦେଶିକା କବିତା ଦ୍ବିବେଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe