Image Courtesy of HT
ଚେନ୍ନାଇ: ସୋମବାର ଦିନ ବାଚସ୍ପତି ପି ଧନପାଲଙ୍କ ଦ୍ୱାରା ତାମିଲନାଡୁ ବିଧାନସଭାରେ ଦିବଂଗତା ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କର ଏକ ୭ ଫୁଟ୍ ଉଚ୍ଚ ପ୍ରତିକୃତି ଉନ୍ମୋଚିତ ହୋଇଛି। ଜୟ ଲଳିତା ଦୁର୍ନୀତି ଅଭିଯୋଗରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତା ହୋଇଥିବାରୁ ଏହାକୁ ବିଧାନସଭାରୁ ହଟାଇବାକୁ ଡିଏମ୍କେ ମାଡ୍ରାସ୍ ହାଇକୋର୍ଟରେ ଆବେଦନ କରିଛି।
ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ୍ ଅବ୍ଦୁଲ୍ କୁଦ୍ଧୋସ୍ଙ୍କୁ ନେଇ ଗଠିତ ପ୍ରଥମ ଖଣ୍ଡପୀଠ ସକାଳ ସାଢ଼େ ଦଶଟା ବେଳେ ବିଚାର ଆରମ୍ଭ କରିବାବେଳେ ଡିଏମ୍କେ ତରଫରୁ ବରିଷ୍ଠ କାଉନ୍ସେଲ୍ ପି ଓ୍ଵିଲ୍ସନ୍ ଏକ ଜରୁରୀ ଉପସ୍ଥାପନା କରି ଏ ମାମଲା ଜରୁରୀ ଭିତ୍ତିରେ ଗ୍ରହଣ କରିବାକୁ ଅଦାଲତଙ୍କୁ ଅନୁରୋଧ କରିଥିଲେ।
କିନ୍ତୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ମତେ ଆଜି କାର୍ତ୍ତି ଚିଦାମ୍ବରମ୍ଙ୍କ ମାମଲା ବିଚାର ହେବାକୁ ଥିବାରୁ ଖଣ୍ଡପୀଠ ଆଗତ ଡିଏମ୍କେ ମାମଲାକୁ ମଙ୍ଗଳବାର ଦିନ ବିଚାର କରିବେ ବୋଲି କହିଛନ୍ତି।
ପ୍ରତିକୃତିରେ ଜୟଲଳିତା ତାଙ୍କର ଟ୍ରେଡ୍ମାର୍କ ସବୁଜ ରଙ୍ଗର ଶାଢ଼ି ପରିଧାନ କରିଛନ୍ତି ବିରୋଧୀଦଳଙ୍କ ଆସନ ଆଡ଼କୁ ଚାହିଁଥିବାର ଦେଖା ଯାଉଛି।
Follow Us