ରାଜ୍ୟସଭା ନିର୍ବାଚନ ପାଇଁ ‘ଏସ୍‌ପି-ଆରଏଲ୍‌ଡି’ ମେଣ୍ଟର ମିଳିତ ପ୍ରାର୍ଥୀ ହେବେ ଜୟନ୍ତ ଚୌଧୁରୀ

Advertisment
ରାଜ୍ୟସଭା ନିର୍ବାଚନ ପାଇଁ ‘ଏସ୍‌ପି-ଆରଏଲ୍‌ଡି’ ମେଣ୍ଟର ମିଳିତ ପ୍ରାର୍ଥୀ ହେବେ ଜୟନ୍ତ ଚୌଧୁରୀ

Image Courtesy of India Today

ନୂଆଦିଲ୍ଲୀ: ରାଜ୍ୟ ସଭା ନିମନ୍ତେ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟର ଦଳ ତରଫରୁ ତୃତୀୟ ପ୍ରାର୍ଥୀ ଭାବେ ଜୟନ୍ତ ଚୌଧୁରୀଙ୍କୁ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମନୋନୀତ କରିଛନ୍ତି।

ରାଜ୍ୟସଭା ନିମନ୍ତେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ୍‌ ଯାଦବ ପ୍ରାର୍ଥିନୀ ହେବେ ବୋଲି ପୂର୍ବରୁ କଳ୍ପନାଜଳ୍ପନା ଚାଲିଥିଲା। ଡିମ୍ପଲ୍‌ ପ୍ରାର୍ଥିନୀ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଜୟନ୍ତ ଚୌଧୁରୀ କ୍ଷୋଭ ପ୍ରକାଶ କରିଥିଲେ। କିନ୍ତୁ, ବିଶେଷସୂତ୍ରରୁ ଜଣାପଡ଼ିଛି, ଆଜି ସକାଳେ ଅଖିଳେଶ ଯାଦବ ‌ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତଙ୍କୁ ଫୋନ୍‌ କରି କହିଥିଲେ ଯେ, ରାଜ୍ୟସଭା ନିମନ୍ତେ ସେ (ଜୟନ୍ତ) ହିଁ ପ୍ରାର୍ଥୀ ହେବେ।

publive-image Image Courtesy of NDTV

ଜୟନ୍ତ ଚୌଧୁରୀଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ଅଖିଳେଶ ପ୍ରତିଶ୍ରୁତି ଦେଇଥିଲେ ବି ଉଭୟଙ୍କ ମଧ୍ୟରେ ମତଭେଦ ଥିଲା। ଅଖିଳେଶ ତାଙ୍କୁ ସମାଜବାଦୀ ପାର୍ଟି ତରଫରୁ ରାଜ୍ୟସଭାକୁ ପଠାଇବାକୁ ଚାହୁଁଥିଲେ। କିନ୍ତୁ, ସମାଜବାଦୀ ପାର୍ଟିର ସମର୍ଥନରେ ସେ ନିଜ ଦଳ ‘ଆର୍‌ଏଲ୍‌ଡି’ ତରଫରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜୟନ୍ତ ଅଡ଼ି ବସିଥିଲେ।

ଉଲ୍ଲେଖଯୋଗ୍ୟ, ଗତକାଲି ସମାଜବାଦୀ ପାର୍ଟିର ପ୍ରାର୍ଥୀ ଭାବେ ଜାଭେଦ ଅଲି ଖାଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତାହା ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ତଥା ଆଇନଜୀବୀ କପିଲ୍ ସିବଲ୍‌ ମଧ୍ୟ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୧୦ ତାରିଖରେ ରାଜ୍ୟସଭା‌ ନିମନ୍ତେ ୧୫ଟି ରାଜ୍ୟରୁ ୫୭ଟି ଆସନ ପାଇଁ ନିର୍ବାଚନ କରାଯିବ। ସେଥିରୁ ଉତ୍ତର ପ୍ରଦେଶରେ ରହିଛି ୧୧ଟି ଆସନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe