ଦୋକାନରେ ନାମ ଲିଖନ ପ୍ରସଙ୍ଗ : ଯୋଗୀ ସରକାରଙ୍କୁ ବିରୋଧ କଲେ ଜୟନ୍ତ ସିଂ

Advertisment
ମୁଁ ହେମା ମାଳିନୀ ହେବାକୁ ଚାହେଁନା: ‘ବିଜେପି’ ଅଫର୍‌ କଥା ଶୁଣି କହିଲେ ‘ଆର୍‌ଏଲ୍‌ଡି’ ମୁଖ୍ୟ ଜୟନ୍ତ ଚୌଧୁରୀ

Image Courtesy of India Today

ମୁଜାଫରନଗର: ଉତ୍ତରପ୍ରଦେଶର କାଓ୍ବଡ଼ ବା ବୋଲବମ୍ ଯାତ୍ରା ମାର୍ଗରେ ଥିବା ଖାଦ୍ୟ ଓ ପାନୀୟ ଦୋକାନ ବାହାରେ ଦୋକାନୀଙ୍କ ନାମ ଲେଖିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେବା ପରେ ବିବାଦ ସୃଷ୍ଟି ହୋଇଛି। ସେପଟେ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହି ପୂରା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ କାଓ୍ବଡ ବହନ କରୁଥିବା ବ୍ୟକ୍ତି କିମ୍ବା ସେବାୟତଙ୍କ କୌଣସି ପରିଚୟ ଲୋଡା ପଡ଼େ ନାହିଁ ।

ଜୟନ୍ତ ଚୌଧୁରୀ କହିଛନ୍ତି ଯେ ଧର୍ମ କିମ୍ବା ଜାତି ଚିହ୍ନଟ କରି କେହି ସେବା କରନ୍ତି ନାହିଁ। ଏହି ମାମଲାକୁ ଧର୍ମ ଓ ଜାତି ସହ ଯୋଡ଼ାଯିବା ଉଚିତ ନୁହେଁ। ସରକାର ଭଲଭାବରେ ବିଚାର ନକରି ଏହି ନିଷ୍ପତ୍ତି ନେଇନାହାନ୍ତି । ଏବେ ନିଷ୍ପତ୍ତି ନେବା ପରେ ତାହାକୁ ଲାଗୁ କରିବାରେ ଲାଗିଛନ୍ତି ।

ବିଜେପିର ୪ଟି ସହଯୋଗୀ ଦଳ ଯୋଗୀ ସରକାରଙ୍କ ନାମ ଚିହ୍ନଟ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ନୂଆ ନାଁ ହେଉଛି ଏନସିପି । ପୂର୍ବରୁ ଜେଡିୟୁ, ଏଲଜେପି ପାସୱାନ ଓ ଆରଏଲଡି ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe