ମହିଳା ଅଧିକାରର ଜଣେ ଦୃଢ଼ ସମର୍ଥକ ଥିଲେ ଜୟନ୍ତୀ ପଟ୍ଟନାୟକ : ରାହୁଲ୍‌ ଗାନ୍ଧୀ

Advertisment
ମହିଳା ଅଧିକାରର ଜଣେ ଦୃଢ଼ ସମର୍ଥକ ଥିଲେ ଜୟନ୍ତୀ ପଟ୍ଟନାୟକ : ରାହୁଲ୍‌ ଗାନ୍ଧୀ

Image Courtesy of WION

ନୂଆଦିଲ୍ଲୀ: ମହିଳାମାନଙ୍କ ଅଧିକାର କ୍ଷେତ୍ରରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଥିଲେ ଜଣେ ଦୃଢ଼ ସମର୍ଥକ ଓ ସେ କ୍ଷେତ୍ରରେ ସେ ନିରବଚ୍ଛିନ୍ନ ଉଦ୍ୟମ କରୁଥିଲେ ବୋଲି ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କ ନିକଟକୁ ଲେଖିଥିବା ଶୋକବାର୍ତ୍ତାରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ କହିଛନ୍ତି।

ରାହୁଲ୍‌ ଲେଖିଛନ୍ତି ଯେ ‘‘ ଆପଣଙ୍କ ମାଆ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ମୃତ୍ୟୁ ଖବର ପାଇ ଖୁବ୍‌ ଦୁଃଖିତ। କଂଗ୍ରେସ ପରିବାରର ଏଭଳି ଜଣେ ସଦସ୍ୟଙ୍କୁ ଆମେ ହରାଇଛୁ ଯାହାଙ୍କର ଲିଙ୍ଗଗତ ସମାନତା ପ୍ରତି ଥିବା ପ୍ରତିବଦ୍ଧତା ଅନେକଙ୍କୁ ପ୍ରଭାବିତ କରିଥିଲା। ସାଧାରଣ ଜୀବନରେ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକଙ୍କ ଦୀର୍ଘ ଦିନର ସମ୍ପୃକ୍ତି, ଗଣତନ୍ତ୍ର ପ୍ରତି ଥିବା ତାଙ୍କର ଅତୁଟ ବିଶ୍ବାସ ଏବଂ ସମାଜର ଅବହେଳିତ ବର୍ଗଙ୍କ ଜୀବନ ପରିବର୍ତ୍ତନ କରିବାରେ ଗଣତନ୍ତ୍ର ଦକ୍ଷତାକୁ ସୁସ୍ପଷ୍ଟ କରେ। ମହିଳାମାନଙ୍କ ଅଧିକାର କ୍ଷେତ୍ରରେ ସେ ଥିଲେ ଜଣେ ଦୃଢ଼ ସମର୍ଥକ। ସେ ଦିଗରେ ସେ ନିରବଚ୍ଛିନ୍ନ ଉଦ୍ୟମ କରୁଥିଲେ।  ତାଙ୍କ ସହ ପରିଚୟ ଥିବା ଭାଗ୍ୟବାନ୍‌ମାନେ ତାଙ୍କର ପ୍ରଜ୍ଞା ଓ ସାମର୍ଥ୍ୟର ଅନୁପସ୍ଥିତି ଅନୁଭବ କରିବେ।’’

ତାଙ୍କୁ ହରାଇ ଆପଣ ଅନୁଭବ କରୁଥିବା କଷ୍ଟ ଓ ଦୁଃଖ କଥା ମୁଁ କଳ୍ପନା କରିପାରୁଛି। ଅନୁଗ୍ରହ କରି ମୋର ଆନ୍ତରିକ ସମବେଦନା ଗ୍ରହଣ କରିବେ। ଏଭଳି ଦୁଃଖଦ ସମୟରେ ଆପଣ ଓ ଆପଣଙ୍କ ପରିବାର ପ୍ରତି ମୋର ସମବେଦନା ଜଣାଉଛି ବୋଲି ଉକ୍ତ ଶୋକବାର୍ତ୍ତାରେ ରାହୁଲ ଗାନ୍ଧୀ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe