୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ କି ରାହୁଲ? ପ୍ରଶ୍ନରେ ଗୀତା ବାଣୀ କହିଲେ ଜୟରାମ

Advertisment
୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ କି ରାହୁଲ? ପ୍ରଶ୍ନରେ ଗୀତା ବାଣୀ କହିଲେ ଜୟରାମ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ହେବ | କିନ୍ତୁ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ବିରୋଧୀଦଳରୁ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବ? କଂଗ୍ରେସ ବିରୋଧୀ ଦଳର ନେତୃତ୍ୱ ନେବ କି? ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ମଧ୍ୟ ବିରୋଧୀଙ୍କୁ ଏକାଠି ଆଣିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ସମସ୍ତ ଆଲୋଚନା ମଧ୍ୟରେ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରାର ଲାଭ ୨୦୨୪ ଲୋକସଭା ନିର୍ବାଚନରେ ପାଇବେ କି ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ସେ ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି? ଆଜି କଂଗ୍ରେସ ଏହା ଉପରେ ଉତ୍ତର ଦେଇଛି। ଗଣମାଧ୍ୟମ ଦ୍ୱାରା କଂଗ୍ରେସ ନେତା ଜୟରାମ ରମେଶଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସ୍ୱାଧୀନ ଭାରତରେ କେହି ଏତେ ବଡ଼ ଯାତ୍ରା କରିନାହାଁନ୍ତି |

ତେବେ କ’ଣ ଅନୁମାନ କରିବା ଯେ ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବା ପାଇଁ ଏହା ପ୍ରଥମ ପଦକ୍ଷେପ? ଏହା ଉପରେ ଜୟରାମ ରମେଶ କହିଛନ୍ତି, “ସବୁ ତପସ୍ୱୀ ଶ୍ରୀମଦ ଭଗବଦ ଗୀତାର ଅଧ୍ୟାୟ ୨ ର ଉପଦେଶକୁ ଅନୁସରଣ କରନ୍ତି। ଏଥିରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏକ ମହତ ଉପଦେଶ ଦେଇଥିଲେ | ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ ଅର୍ଜୁନ ତୁମେ କାମ କରିଚାଲ, ଫଳର ଆଶା ରଖ ନାହିଁ | ଆଉ ଏହା ରାହୁଲଙ୍କୁ ମଧ୍ୟ ବେଶ ପ୍ରଭାବିତ କରିଛି | ଆମର କାର୍ଯ୍ୟ ହେଉଛି ଭାରତ ଯୋଡ ଯାତ୍ରା ଆୟୋଜନ କରିବା | ଏହା ପରେ କ’ଣ ହେବ ତାହା ଦେଖିବାକୁ ବାକି ରହିଲା |

କେତେ ସିଟ୍ ଆସିବ ତାହା ଆପଣମାନେ ଦେଖିବେ' | ଉଲ୍ଲେଖ ଥାଉ କି କଂଗ୍ରେସର ଭାରତ ଯୋଡ ଯାତ୍ରା ଶନିବାର ଜମ୍ମୁକଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତୀପୋରାଠାରୁ ଆରମ୍ଭ ହୋଇଥିଲା। ପ୍ରିୟଙ୍କା ଗାନ୍ଧୀ ଏବଂ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏଥିରେ ରାହୁଲ ଗାନ୍ଧୀଙ୍କ ସହ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe