'କିଛି ପ୍ରଧାନମନ୍ତ୍ରୀ ଅଛନ୍ତି ଯେଉଁମାନେ ସତ କୁହନ୍ତି ନାହିଁ'

ବୋରିସ୍ ଜନସନଙ୍କ ନାମ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ଜୟରାମ

ଜିଲ୍ଲାପାଳମାନଙ୍କୁ ଫୋନ କରି ଧମକାଉଛନ୍ତି ଅମିତ ଶାହା: ଜୟରାମ ରମେଶ

Northeast Now

ନୂଆଦିଲ୍ଲୀ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସଂସଦର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। କୋଭିଡ -୧୯ ରୋକିବା ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଉଲ୍ଲଂଘନ କରି '୧୦ ଡାଉନିଂ ଷ୍ଟ୍ରିଟ୍ '(ପ୍ରଧାନମନ୍ତ୍ରୀଙ୍କ ବାସଭବନ)ରେ ପାର୍ଟି ଆୟୋଜନ କରିବା ନେଇ ସଂସଦକୁ ବିଭ୍ରାନ୍ତ କରିଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜନସନଙ୍କୁ ଉଲ୍ଲେଖ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ ଏହି ତୁଳନା କରିଛନ୍ତି ଏବଂ ନାମ ନ ନେଇ କହିଛନ୍ତି, ବ୍ରିଟେନର ସଂସଦୀୟ କମିଟି ଅନୁସନ୍ଧାନ କରି ଜାଣିବାକୁ ପାଇଲା ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସଂସଦରେ ମିଥ୍ୟା କହିଛନ୍ତି।

ସେ ବର୍ତ୍ତମାନ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ରାଜନୀତି ଛାଡିଛନ୍ତି, ଆଉ କିଛି ପ୍ରଧାନମନ୍ତ୍ରୀ ଅଛନ୍ତି ଯେଉଁମାନେ ସଂସଦ ଏବଂ ଦେଶ ସାମ୍ନାରେ ସତ୍ୟ କୁହନ୍ତି ନାହିଁ। ବାସ୍ତବରେ, ୨୦୧୪ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ଲୋଗାନ ଦେଇଥିଲେ ଯେ 'ଅଛେ ଦିନ୍ ଆନେ ୱାଲେ ହେ' ଅର୍ଥାତ ଭଲ ଦିନ ଆସିବାକୁ ଯାଉଛି । ଜୟରାମ ରମେଶ କହିଛନ୍ତି ଯେ କିଛି ପ୍ରଧାନମନ୍ତ୍ରୀ ସତ କୁହନ୍ତି ନାହିଁ | ଉଲ୍ଲେଖ ଥାଉ କି କରୋନା ସମୟରେ ଲକଡାଉନ ନିୟମକୁ ଉଲ୍ଲଂଘନ କରି ଜନସନ ଏକ ପାର୍ଟି କରିଥିଲେ | ଆଉ ସଂସଦୀୟ କମିଟିର ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଲକଡାଉନ୍ ନିୟମ ଉଲ୍ଲଂଘନ କରି ପାର୍ଟି କରିଥିବା ଜନସନ ହାଉସ ଅଫ୍ କମନ୍ସକୁ ବିଭ୍ରାନ୍ତ କରିଛନ୍ତି କି ନାହିଁ ତାହା କମିଟି ଅନୁସନ୍ଧାନ କରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe