୫୦:୫୦ଆସନ ବାଣ୍ଟିବା ନେଇ ରାଜି ହେଲେ ବିଜେପି-ଜେଡିୟୁ, ଏଲଜେପି ଉପ‌ରେ ଅନିଶ୍ଚିତତା ଜାରି

୫୦:୫୦ଆସନ ବାଣ୍ଟିବା ନେଇ ରାଜି ହେଲେ ବିଜେପି-ଜେଡିୟୁ, ଏଲଜେପି ଉପ‌ରେ ଅନିଶ୍ଚିତତା ଜାରି

aajtak

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ୫୦:୫୦ ଆସନ ବାଣ୍ଟିବା ଫର୍ମୁଲାକୁ ଆପଣାଇଛନ୍ତି। ଖୁବ ଶୀଘ୍ର ଏ ନେଇ ଏକ ସରକାରୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ, ରାଜ୍ୟସଭାର ମୋଟ ୨୪୩ ଟି ଆସନ ମଧ୍ୟରୁ ୧୨୨ରୁ ଜେଡିୟୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ୧୨୧ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବାକୁ ବିଜେପି ରାଜି ହୋଇଛି। ନୀତିଶ କୁମାରଙ୍କୁ ଜିତନ ରାମ ମାଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚଏଏମ) କୁ ନିଜ ଆସନ କୋଟା ମଧ୍ୟରେ ସ୍ଥାନିତ କରିବାକୁ ପଡ଼ିବା ସହ ବିଜେପି ରାମବିଲାସ ପାସୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ସହିତ ନିଜର ଆସନ ବାଣ୍ଟିବ।

Bihar Chief Minister Nitish Kumar timesnownews

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଆଗାମୀ ନିର୍ବାଚନ ପାଇଁ ପାସୱାନ୍ ଅଧିକ ସଂଖ୍ୟକ ଆସନକୁ ଟାର୍ଗେଟ କରୁଥିବାରୁ ଏଲଜେପିର ଆସନ ଅଂଶ ଉପରେ ଅନିଶ୍ଚିତତା ଜାରି ରହିଛି | ୨୪୩ ଟି ଆସନ ପାଇଁ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତିନିଟି ପର୍ଯ୍ୟାୟରେ ହେବ। ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ୭ ରେ ମତଦାନ ହେବାକୁ ଥିବ‌େ ବେଳେ ନଭେମ୍ବର ୧୦ରେ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe