ଉପରାଷ୍ଟ୍ରପତି ହେବେ ଜେଡି ଭାନ୍ସ, ଭାରତ ସହ ସମ୍ପର୍କ କ’ଣ?

Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ  ହାସଲ କରିଥିବା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ରନିଂ ମେଟ୍ ଜେଡି ଭାନ୍ସ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ  ହାସଲ କରିଥିବା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ରନିଂ ମେଟ୍ ଜେଡି ଭାନ୍ସ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

fsfhsfhsfh

ଫ୍ଲୋରିଡା: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ  ହାସଲ କରିଥିବା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ରନିଂ ମେଟ୍ ଜେଡି ଭାନ୍ସ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଆଜି ବିଜୟ ରାଲିରେ ଟ୍ରମ୍ପ୍‌ ଭାନ୍ସ ଏବଂ ତାଙ୍କ ଭାରତୀୟ-ଆମେରିକୀୟ ପତ୍ନୀ ଉଷା ଚିଲୁକୁରିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ଭାନ୍ସଙ୍କର  ମଧ୍ୟ ଭାରତ ସହ ଏକ ଦୃଢ଼ ସମ୍ପର୍କ ରହିଛି। ପୂର୍ବରୁ ଏକ ସାକ୍ଷାତକାରରେ ସେ ଉଲ୍ଲେଖ କରିଥିଲେ ଯେ ଉଷାଙ୍କ ହିନ୍ଦୁ ବିଶ୍ୱାସ ହିଁ ତାଙ୍କୁ ତାଙ୍କ ଜୀବନର ଆଧ୍ୟାତ୍ମିକ ଦିଗ ଆବିଷ୍କାର କରିବାରେ ସାହାଯ୍ୟ କରିଥିଲା । ଆଜି ଟ୍ରମ୍ପ ଜେଡି ଭାନ୍ସଙ୍କୁ ସ୍ବାଗତ କରି  କହିଛନ୍ତି, ବର୍ତ୍ତମାନ ମୁଁ  ଆପଣଙ୍କୁ ଉପରାଷ୍ଟ୍ରପତି   ଜେଡି ଭାନ୍ସ କହିପାରିବି । ଟ୍ରମ୍ପ୍‌ ଭାନ୍ସଙ୍କ ସଂପର୍କରେ କହିବା ବେଳେ ମଞ୍ଚରେ   ଉଷା ମଧ୍ୟ ଉପସ୍ଥିତ ଥିଲେ।  ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ  ଉଷାଙ୍କୁ ସ୍ବାଗତ କରିଥିଲେ। ଜେଡି ଭାନ୍ସ ଏହି ଅବସରରେ କହିଥିଲେ, ଆମେ ଚଳିତ ନିର୍ବାଚନରେ ଆମେରିକା ଇତିହାସରେ ସବୁଠାରୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ ଦେଖିଛୁ। ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଆମେ ଆପଣଙ୍କ ପାଇଁ, ଆପଣଙ୍କ ସ୍ୱପ୍ନ ପାଇଁ ଏବଂ ଆପଣଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ଲଢ଼େଇ ଜାରି ରଖିବୁ।  ଆମେରିକା ଇତିହାସରେ ଏବେ ସର୍ବଶ୍ରେଷ୍ଠ ଅର୍ଥନୈତିକ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି ବୋଲି ଭାନ୍ସ କହିଛନ୍ତି।

୪୦ ବର୍ଷୀୟ ଜେଡି ଭାନ୍ସ ଜଣେ ଓହିଓ ସିନେଟର ଯିଏ ଟ୍ରମ୍ପଙ୍କ ସମାଲୋଚକରୁ ବହୁତ ବଡ଼ ପ୍ରଶଂସକରେ ପରିଣତ ହୋଇଛନ୍ତି ଏବଂ ପରବର୍ତ୍ତୀ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଭାନ୍ସ ୨୦୧୪ରେ ଭାରତୀୟ-ଆମେରିକୀୟ ଓକିଲ ଉଷା ଭାନ୍ସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ଜଣେ ହିନ୍ଦୁ ପୁରୋହିତ ଏକ ଅଲଗା ସମାରୋହରେ ସେମାନଙ୍କ ବିବାହ ସଂପନ୍ନ କରିଥିଲେ । ଏହି ଦମ୍ପତିଙ୍କର ତିନୋଟି ସନ୍ତାନ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe