ବିଜେପିରେ ଜେଡିୟୁ ବିଧାୟକ ସାମିଲ ହେବା ଘଟଣା: ବନ୍ଧୁତ୍ୱରେ ଏଭଳି ଘଟଣା ଘଟେ ନାହିଁ କହିଲେ ଜେଡିୟୁ ନେତା

Advertisment
ବିଜେପିରେ ଜେଡିୟୁ ବିଧାୟକ ସାମିଲ ହେବା ଘଟଣା: ବନ୍ଧୁତ୍ୱରେ ଏଭଳି ଘଟଣା ଘଟେ ନାହିଁ କହିଲେ ଜେଡିୟୁ ନେତା

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଦୁଇ ଦିନ ତଳେ ସଂଯୁକ୍ତ ଜନତା ଦଳ ବା ଜେଡିୟୁର ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରିଥିଲା । ସେଠାରେ ନୀତିଶ କୁମାରଙ୍କ ଜେଡିୟୁ ମୋଟ ୭ ଟି ଆସନରେ ବିଜୟଲାଭ କରିଥିଲା । ଏହା ସହ ସେଠାରେ ଚାଲିଥିବା ସରକାରକୁ ବି ସମର୍ଥନ ଦେଇଥିଲା ଜେଡିୟୁ । ତେବେ ବିଜେପିର ଏହି ପଦକ୍ଷେପକୁ ନେଇ ମୁହଁ ଖୋଲିଛି ଜେଡିୟୁ | ଜେଡିୟୁ ଜାତୀୟ ମୁଖପାତ୍ର କେ.ସି ତ୍ୟାଗୀ ବିଜେପିର ବନ୍ଧୁତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରେ ଘଟିଥିବା ଘଟଣା ରାଜ୍ୟରେ ବନ୍ଧୁତ୍ୱର ଧର୍ମକୁ ବଜାୟ ରଖିନାହିଁ।

ଉଲ୍ଲେଖନୀୟ ଯେ, ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏହି ଘଟଣାକୁ ନେଇ ପଚରା ଯାଇଥିଲା, ସେତେବେଳେ ସେ କୌଣସି ଉତ୍ତର ଦେଇନାହାନ୍ତି । ତେବେ ଜେଡିୟୁ ମୁଖପାତ୍ରଙ୍କ ବିବୃତ୍ତିରୁ ଜଣାପଡିଛି ଯେ ବିଜେପିର ଏହି କାର୍ଯ୍ୟକୁ ନେଇ ଜେଡିୟୁ କ୍ୟାମ୍ପରେ ତାତି ବଢିଛି । କେସି ତ୍ୟାଗୀ କହିଛନ୍ତି ଯେ 'ଅରୁଣାଚଳ ପ୍ରଦେଶରେ ବିଜେପି ସରକାର ଅଛି ଏବଂ ଜେଡିୟୁ ମୁଖ୍ୟ ବିରୋଧୀ ଦଳର ଭୂମିକା ଗ୍ରହଣ କରୁଛି। ତେବେ ଦୁଇ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଥିବାରୁ ସେଠାରେ ବିଜେପିକୁ କୌଣସି ଅସୁବିଧା ହୋଇନଥିଲା'।

ସେ କହିଛନ୍ତି, 'କିନ୍ତୁ ଯେଉଁ କାରଣରୁ ବିଜେପି ଆମ ବିଧାୟକମାନଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି | ଜେଡିୟୁ ମୁଖପାତ୍ର କହିଛନ୍ତି ଯେ,'ବନ୍ଧୁତ୍ୱରେ ଏପରି ଘଟଣା ଘଟେ ନାହିଁ। ଜେଡିୟୁ, ଏନଡିଏର ସବୁଠାରୁ ଶକ୍ତିଶାଳୀ ଏବଂ ବିଶ୍ୱସ୍ତ ସହଯୋଗୀ ହୋଇଥିବାବେଳେ ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକରେ ଏହି ପ୍ରସଙ୍ଗକୁ ଉଠାଯିବ' |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe