ପ୍ରଶାନ୍ତ କିଶୋର, ପବନ ବର୍ମା ଜେଡିୟୁରୁ ବହିଷ୍କୃତ

Advertisment
ପ୍ରଶାନ୍ତ କିଶୋର, ପବନ ବର୍ମା ଜେଡିୟୁରୁ ବହିଷ୍କୃତ

Navodaya Times

ନୂଆଦିଲ୍ଲୀ : ଜନତା ଦଳ (ୟୁ)ର ବିଦ୍ରୋହୀ ନେତା ପ୍ରଶାନ୍ତ କିଶୋର ଏବଂ ପବନ ବର୍ମାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଦଳ ସୁପ୍ରିମୋ ନୀତୀଶ କୁମାର। ଏହି ଦୁଇ ବିଦ୍ରୋହୀ ନେତାଙ୍କୁ ଆଜି ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ଆଧାରରେ ଦଳରୁ ବହିଷ୍କାର କରାଯାଇଛି। ଉଭୟ ନେତା ଯେତେବେଳେ ଇଛା ଦଳ ଛାଡ଼ିପାରନ୍ତି, ଏଥିରେ ଆମର କିଛି ‌କ୍ଷତି ହେବନାହିଁ ବୋଲି ନୀତୀଶ ପୂର୍ବରୁ ସେମାନଙ୍କୁ ଚେତାଇ ଦେଇଥିଲେ। ତେବେ ଏହା ସତ୍ତ୍ବେ ପ୍ରଶାନ୍ତ କିଶୋର ଏବଂ ପବନ ବର୍ମା ଦଳର ଆଭିମୁଖ୍ୟ ବିରୋଧରେ ଯାଇ ସିଏଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା ଜାରି ରଖିଥିଲେ। ଏଥିପାଇଁ ଆଜି ଉଭୟଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଗତକାଲି ନୀତୀଶ କହିଥିଲେ ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବାରୁ ହିଁ ସେ ତାଙ୍କୁ ଦଳରେ ଭର୍ତ୍ତି କରିଥିଲେ। ତେବେ ପ୍ରଶାନ୍ତ କିଶୋର ଏହାକୁ ମିଛ ବୋଲି କହି ନୀତୀଶଙ୍କୁ କଡ଼ା ସମାଲୋଚନା କରିଥିଲେ। ପବନ ବର୍ମା ମଧ୍ୟ ଦଳୀୟ ନୀତି ବିରୋଧରେ ଯାଇ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିଲେ ଏବଂ ଦଳକୁ ଅଡ଼ୁଆରେ ପକାଉଥିଲେ। ଚଳିତ ବର୍ଷ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ଗତକାଲି ଜେଡିୟୁର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏଥିରେ ଏହି ଦୁଇ ନେତାଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା। ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ସୁପାରିଶ ପରେ ଆଜି ନୀତୀଶ ସେମାନଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe