ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ଇଂଲଣ୍ଡ୍‌ରେ ରହୁଥିବା ଜେଡି(ୟୁ) ନେତାଙ୍କ ଝିଅ ପୁଷ୍ପମ୍‌ ପ୍ରିୟା ଚୌଧୁରୀ

Advertisment
ବିହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ଇଂଲଣ୍ଡ୍‌ରେ ରହୁଥିବା ଜେଡି(ୟୁ) ନେତାଙ୍କ ଝିଅ ପୁଷ୍ପମ୍‌ ପ୍ରିୟା ଚୌଧୁରୀ

Image Source: Zee News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ‘ଜନତା ଦଳ ୟୁନାଇଟେଡ୍‌’ର ନେତା ବିନୋଦ ଚୌଧୁରୀଙ୍କ ଝିଅ ପୁଷ୍ପମ୍‌ ପ୍ରିୟା ଚୌଧୁରୀ ଇଚ୍ଛା ପ୍ରକାଶ କରିଛନ୍ତି।

ରବିବାର ଦିନ ଏକଥା ଘୋଷଣା କରିଛନ୍ତି ଇଂଲଣ୍ଡ୍‌ରେ ରହୁଥିବା ପୁଷ୍ପମ୍‌। ଏଥିପାଇଁ ସେ ‘ପ୍ଲୁରାଲ୍‌ସ୍‌’ ନାମରେ ଏକ ରାଜନୈତିକ ଦଳ ଗଢ଼ିବେ ବୋଲି ବିହାରର କେତେକ ଖବରକାଗଜରେ ବିଜ୍ଞାପନ ଦେଇଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ବିହାର ଶାନ୍ତି ଚାହେଁ, ବିହାର ପକ୍ଷ ଚାହେଁ, ବିହାର ପରିବର୍ତ୍ତନ ଚାହେଁ। କାରଣ ବିହାର ଉନ୍ନତି ଚାହେଁ ଏବଂ ଉନ୍ନତି ସମ୍ଭବ। ୨୦୨୦ରେ ବିହାରକୁ ଦୌଡ଼ାଇବାକୁ ଓ ଉଡ଼ାଇବାକୁ ‘ପ୍ଲୁରାଲ୍‌ସ୍‌’ରେ ଯୋଗ ଦିଅନ୍ତୁ। ‘ପ୍ଲୁରାଲ୍‌ସ୍‌’ ଆସି ଯାଇଛି। ପ୍ରଗତିଶୀଳ ବିହାର ୨୦୨୦।

publive-image Image Source: Zee News

ଚୌଧୁରୀ ହେଉଛନ୍ତି ବିହାର ଅନ୍ତର୍ଗତ ଦରଭଙ୍ଗାର ମୂଳ ବାସିନ୍ଦା। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଶାସକ ବିଜେପି-ଜେଡି(ୟୁ)-ଏଲ୍‌ଜେପି ମେଣ୍ଟକୁ ପରାସ୍ତ କରିବା ନିମନ୍ତେ ‘ପ୍ଲୁରାଲ୍‌ସ୍‌’ରେ ଯୋଗ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ଏକାଧିକ ବିଷୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ଚୌଧୁରୀ ମୁଖ୍ୟମନ୍ତ୍ରୀ ହେଲେ ୨୦୨୫ ସୁଦ୍ଧା ବିହାରକୁ ଭାରତର ସବୁଠୁ ଉନ୍ନତ ରାଜ୍ୟ କରିବା ନିମନ୍ତେ କାମ କରିବେ ବୋଲି ଏକ ଖୋଲା ଚିଠିରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe