୪୪ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କଲା ଜେଡିୟୁ, ୪ଜଣ ମୁସ୍‌ଲିମ୍‌ଙ୍କୁ ମିଳିଲା ଟିକେଟ୍

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଆଜି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪୪ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି। ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା।

Untitled-3

ପାଟନା: ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଆଜି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪୪ଜଣ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛି। ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ଜେଡିୟୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା। ପ୍ରଥମ ପର୍ଯ୍ୟାୟ ତାଲିକାରେ ଜେଡିୟୁ ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।ପ୍ରଥମ ତାଲିକାରେ ଜେଡିୟୁ ଜଣେ ବି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇ ନଥିଲା` କିନ୍ତୁ ଦ୍ୱିତୀୟ ତାଲିକାରେ ୪ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି।

ଦଳ ଶଗୁଫ୍ତା ଅଜିମ, ମଞ୍ଜର ଆଲମ, ସବା ଜାଫର ଏବଂ ଜମା ଖାନଙ୍କୁ ପ୍ରାର୍ଥୀ କରିଛି। ଜେଡିୟୁ ଅରରିଆରୁ ଶଗୁଫ୍ତା ଅଜିମ, ଜୋକିହାଟରୁ ମଞ୍ଜର ଆଲମ, ଆମୋରରୁ ସବା ଜାଫର ଏବଂ ଚୈନପୁରରୁ ଜମା ଖାନଙ୍କୁ ପ୍ରାର୍ଥୀ କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୦ ବିହାର ବିଧାନସଭା ନିର୍ବାଚନରେ ​​ଜେଡିୟୁ ୧୧ ଜଣ ମୁସଲିମ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଜଣେ ହେଲେ ମୁସଲିମ ପ୍ରାର୍ଥୀ ନିର୍ବାଚନରେ ​​ଜିତି ପାରି ନଥିଲେ। ଜମା ଖାନ ବିଏସପି ଟିକେଟରେ ଚୈନପୁର ବିଧାନସଭା ଆସନରୁ ଜିତିଥିଲେ ଏବଂ ପରେ ଜେଡିୟୁରେ ଯୋଗ ଦେଇ ମନ୍ତ୍ରୀ ହୋଇଥିଲେ।

ତେବେ ପ୍ରଥମ ତାଲିକାରେ ଚଳିତ ସରକାରରେ ଥିବା ୫ ଜଣ ମନ୍ତ୍ରୀ ସ୍ଥାନ ପାଇଥିଲେ। ଅନନ୍ତ କୁମାର ସିଂହଙ୍କ ସମେତ ୩ ଜଣ ବାହୁବଳୀ ଏହି  ତାଲିକାରେ ସ୍ଥାନ ପାଇଥିଲେ ଏବଂ ପ୍ରଥମ ପର୍ଯ୍ୟାୟରେ ୪ ଜଣ ମହିଳାଙ୍କ ନାଁ ଘୋଷଣା କରାଯାଇଥିଲା। ପ୍ରଥମ ତାଲିକାରେ ସ୍ଥାନ ପାଇଥିବା ୫ ଜଣ ମନ୍ତ୍ରୀ ହେଉଛନ୍ତି ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ଯିଏ କି ନାଳନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ଜଳ ସମ୍ପଦ ମନ୍ତ୍ରୀ ବିଜୟ କୁମାର ଚୌଧାରୀ ସରାୟରଂଜନ ଆସନ, ସୂଚନା ଏବଂ ଜନ ସମ୍ପର୍କ ମନ୍ତ୍ରୀ ମହେଶ୍ବର ହଜାରୀ  କଲ୍ୟାଣପୁର ଆସନ, ସମାଜ କଲ୍ୟାଣ ମନ୍ତ୍ରୀ ମଦନ ସାହାଣୀ ବାହାଦୁରପୁର ଆସନ ଏବଂ ମନ୍ତ୍ରୀ ରତ୍ନେଶ ସଦା ‌‌ସୋନବରସା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ତାଲିକାରେ ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ନୂଆ ମୁହଁ ଏବଂ ୨୭ ଜଣଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି। ତେବେ ରାଜ୍ୟରେ ଭୋଟ୍ ନଭେମ୍ବର ୬ ଏବଂ ୧୧ ତାରିଖରେ ହେବ। ଫଳାଫଳ ନଭେମ୍ବର ୧୪ରେ ଘୋଷଣା କରାଯିବ। 

Nitish Kumar | JDU 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe