ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ଫଳାଫଳ ଘୋଷିତ: ଶୀର୍ଷ ସ୍ଥାନରେ ପଞ୍ଚକୁଳାର ପ୍ରଣବ ଗୋୟାଲ୍‌

ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ଫଳାଫଳ ଘୋଷିତ: ଶୀର୍ଷ ସ୍ଥାନରେ ପଞ୍ଚକୁଳାର ପ୍ରଣବ ଗୋୟାଲ୍‌

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜି (ଆଇଆଇଟି) ଜଏଣ୍ଟ୍‌ ଏଣ୍ଟ୍ରାନ୍‌ସ୍‌ ଏକ୍‌ଜାମିନେସନ୍‌ (ଜେଇଇ) ଆଡ୍‌ଭାନ୍‌ସ୍‌ଡ୍‌ର ରେଜଲ୍‌ଟ୍‌ ଘୋଷଣା କରାଯାଇଛି। ୩୬୦ ନମ୍ବରରୁ ୩୩୭ ନମ୍ବର ରଖି ପଞ୍ଚକୁଳାର ପ୍ରଣବ ଗୋୟାଲ୍‌ ଶୀର୍ଷସ୍ଥାନ ଅଧିକାର କରିଛନ୍ତି।

ଦ୍ୱିତୀୟ ସ୍ଥାନରେ ଅଛନ୍ତି କୋଟାର ସାହିଲ୍‌ ଜୈନ୍‌ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଦିଲ୍ଲୀର କୈଳାସ ଗୁପ୍ତ।

କୋଟାର ମୀନାଲ ପାରେଖ ୩୧୮ ନମ୍ବର ରଖି ଝିଅମାନଙ୍କ ମଧ୍ୟରେ ଟପ୍ପର୍‌ ହୋଇଛନ୍ତି।

ଏ ବର୍ଷ ପ୍ରାୟ ୧. ୫୫ ଲକ୍ଷ ଛାତ୍ରଛାତ୍ରୀ ଦେଇଥିବା ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ପରୀକ୍ଷା ମେ ମାସ ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ସେଥିରୁ ୧୮, ୧୩୮ ଜଣ ପାସ୍‌ କରିଥିଲେ।

ଏବେ ଫଳାଫଳ ପ୍ରକାଶ ପାଇବା ପରେ, ଜୁନ୍‌ ୧୫ ତାରିଖ ଠାରୁ ସିଟ୍‌ ଆବଣ୍ଟନ ଆରମ୍ଭ। ପ୍ରଥମ ଥର ପାଇଁ ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ସମ୍ପୂର୍ଣ୍ଣ ରୂପେ ଅନ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା।

କ୍ରମାଗତ ଦୁଇ ବର୍ଷରେ ଜଣେ ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ଆଶାୟୀ ପ୍ରାର୍ଥୀ ଦୁଇ ଥର ପରୀକ୍ଷା ଦେଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe