ଆଜି ପ୍ରକାଶ ପାଇବ ୨୦୧୮ ଜେଇଇ ମେନ୍‌ ରେଜଲ୍‌ଟ୍‌ : କେମିତି ଚେକ୍‌ କରିବେ ରେଜଲ୍‌ଟ୍‌

Advertisment
ଆଜି ପ୍ରକାଶ ପାଇବ ୨୦୧୮ ଜେଇଇ ମେନ୍‌ ରେଜଲ୍‌ଟ୍‌ : କେମିତି ଚେକ୍‌ କରିବେ ରେଜଲ୍‌ଟ୍‌

ନୂଆଦିଲ୍ଲୀ: ସୋମବାର ଅର୍ଥାତ୍‌ ଆଜି ଏପ୍ରିଲ୍‌ ୩୦ ତାରିଖ ଦିନ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଡୁକେସନ୍‌ (ସିବିଏସ୍‌ଇ) ୨୦୧୮ ବର୍ଷର ଜଏଣ୍ଟ୍‌ ଏଣ୍ଟ୍ରାନ୍‌ସ୍‌ ଏକ୍‌ଜାମିନେସନ୍‌-ମେନ୍‌ (ଜେଇଇ ମେନ୍‌) ପରୀକ୍ଷା ଫଳାଫଳ ଘୋଷଣା କରି ପାରେ।

ବୈଷୟିକ ପାଠ୍ୟକ୍ରମରେ ଉଚ୍ଚ ଶିକ୍ଷା ଲାଭ କରିବାକୁ ଏ ବର୍ଷ ପ୍ରାୟ ୧୪ ଲକ୍ଷ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ।

ଜେଇଇ ମେନ୍‌ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ପେପର୍‌ରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ରେ ସେମାନଙ୍କର ରେଜେଲ୍‌ଟ୍‌ ଦେଖି ପାରିବେ।

ଜେଇଇ ମେନ୍‌ ୨୦୧୮ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ୨୦୧୮ ଜେଇଇ ଆଡ୍‌ଭାନ୍‌ସ୍‌ଡ୍‌ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ।

cbseresults.nic.in and results.nic.in.ରେ ସିବିଏସ୍‌ଇ ବୋର୍ଡ ଜେଇଇ ମେନ୍‌ ୨୦୧୮ର ରେଜଲ୍ଟ୍‌ ପ୍ରକାଶ କରିବ।

publive-image

କେମିତି ରେଜଲ୍‌ଟ୍‌ ଚେକ୍‌ କରିବେ:

ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ jeemain.nic.in, cbseresults.nic.in ବା results.nic.in ଯେ କୌଣସି ଖୋଲନ୍ତୁ।

ହୋମ୍‌ ପେଜ୍‌ରେ ଦେଖା ଯାଉଥିବା JEE Main Exam ଉପରେ କ୍ଲିକ୍‌ କରନ୍ତୁ।

ଏଥର ରେଜଲ୍‌ଟ୍‌ ପେଜ୍‌କୁ ରିଡାଇରେକ୍ଟ୍‌ ହେବେ।

ଏଥିରେ ରେଜିଷ୍ଟ୍ରେସନ୍‌ ନମ୍ବର/ରୋଲ୍‌ ନମ୍ବର, ନାମ ଓ ଜନ୍ମ ତାରିଖ ଏଣ୍ଟର୍‌ କରିବା ପରେ ସବ୍‌ମିଟ୍‌ ଉପରେ କ୍ଲିକ୍‌।

ଏଥର କମ୍ପ୍ୟୁଟର୍‌/ମୋବାଇଲ୍‌ ସ୍କ୍ରିନ୍‌ରେ ଆସିଯିବ ରେଜଲ୍ଟ।

ଏହାକୁ ଡାଉନ୍‌ଲୋଡ୍‌ କରି ପ୍ରିଣ୍ଟ୍‌ଆଉଟ୍‌ ବାହାର କରି ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe