Image Courtesy of Zee News
ନୂଆଦିଲ୍ଲୀ: ଗତରାତିରେ ‘ଦି ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’ (ଏନ୍ଟିଏ) ତା’ର ୱେବ୍ସାଇଟ୍ରେ ୨୦୨୧ ‘ଜଏଣ୍ଟ୍ ଏଣ୍ଟ୍ରାନ୍ସ୍ ଏକ୍ଜାମିନେସନ୍’ (ଜେଇଇ) ମେନ୍ ୪ର୍ଥ ପର୍ଯ୍ୟାୟର ଫଳାଫଳ ପ୍ରକାଶ କରିଛି। ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୪୪ଜଣ ଶତପ୍ରତିଶତ ହାସଲ କରିଥିବା ବେଳେ ୧୮ଜଣ ୧ ନମ୍ବର ରୢାଙ୍କ୍ରେ ଅଛନ୍ତି।
‘ଆଜି’ ‘ଜେଇଇ’ ରେଜଲ୍ଟ୍ ପ୍ରକାଶ ପାଇବ ବୋଲି ମଙ୍ଗଳବାର ରାତିରେ ଶିକ୍ଷାମନ୍ତ୍ରୀ କହିଥିଲେ।
ଏଥର ଆନ୍ଧ୍ରପ୍ରଦେଶରୁ ୪ଜଣ ଛାତ୍ର ରୢାଙ୍କ୍ ୧ ତାଲିକାରେ ଅଛନ୍ତି। ସେହିପରି ‘୨୦୨୧ ଜେଇଇ ମନେ୍’ ପରୀକ୍ଷାରେ ପ୍ରଥମ ଥର ଲାଗି ଦୁଇଜଣ ଛାତ୍ରୀ ମଧ୍ୟ ୧ ନମ୍ବର ରୢାଙ୍କ୍ ପାଇଛନ୍ତି।
ସମୁଦାୟ ୯,୩୪,୬୦୨ଜଣ ପ୍ରାର୍ଥୀ ‘ଜେଇଇ’ ପରୀକ୍ଷା ଦେଇଥିଲେ। କୋଭିଡ୍-୧୯ ମହାମାରୀ ହେତୁ ‘ଜେଇଇ ମେନ୍ ‘୦୨୧’ ସେସନ୍ ୩ ଓ ୪ ଦୀର୍ଘ କାଳ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା। ଶେଷରେ ଅଗଷ୍ଟ ୨୬, ୨୭, ୩୧ ଏବଂ ସେପ୍ଟେମ୍ବର ୧ ଏବଂ ୨ ଦିନ ‘ଜେଇଇ ମେନ୍ସ୍ ୨୦୨୧ ସେସନ୍ ୪’ ଆୟୋଜିତ ହୋଇଥିଲା।
Image Courtesy of India Todayଦୁଇଟି ପରୀକ୍ଷା ପତ୍ରକୁ ନେଇ ‘ଜେଇଇ’ ପରୀକ୍ଷା କରାଯାଇଥାଏ। ‘ଏନ୍ଆଇଟି’, ‘ଆଇଆଇଟି’ ଏବଂ ଅନ୍ୟାନ୍ୟ ‘ସେଣ୍ଟ୍ରାଲି ଫଣ୍ଡେଡ୍ ଟେକ୍ନିକାଲ୍ ଇନ୍ଷ୍ଟିଚ୍ୟୁସନ୍ସ୍’ (ସିଏଫ୍ଟିଆଇ), ରାଜ୍ୟ ସହଭାଗିତାରେ ଅନୁଦାନ/ସ୍ବୀକୃତିପ୍ରାପ୍ତ ଇନ୍ଷ୍ଟିଚ୍ୟୁସନ୍ସ୍/ୟୁନିଭର୍ସିଟିଗୁଡ଼ିକରେ ‘ଅଣ୍ଡର୍ ଗ୍ରାଜୁଏଟ୍ ଇଞ୍ଜିନିୟରିଙ୍ଗ୍ ପ୍ରୋଗ୍ରାମ୍‘ (ବି.ଇ./ବି.ଟେକ୍) ତଥା ‘ଆଇଆଇଟି’ ଆଡ୍ମିସନ୍ ଯୋଗ୍ୟତା ନିମନ୍ତେ ‘ଜେଇଇ ଆଡ୍ଭାନ୍ସ୍ଡ୍’ ପାଇଁ ‘ପ୍ରଥମ ପତ୍ର’ରେ ପରୀକ୍ଷା କରାଯାଇଥାଏ।
ଚଳିତ ବର୍ଷରୁ ପ୍ରଥମ କରି ‘ଜେଇଇ ମେନ୍’ ବର୍ଷକୁ ୪ଥର ଆୟୋଜନ କରାଯାଇଛି।
ସେପ୍ଟେମ୍ବର ୧୧ରୁ ‘ଜେଇଇ ଆଡ୍ଭାନ୍ସ୍ଡ୍ ୨୦୨୧’ ପଞ୍ଜିକରଣ ଆରମ୍ଭ ହୋଇଯାଇଛି। ‘ଜେଇଇ ମେନ୍ ୨୦୨୧’ ସଫଳ ହୋଇଥିବା ଶ୍ରେଷ୍ଠ ୨.୫ ଲକ୍ଷ ପ୍ରାର୍ଥୀ ଏହି ପରୀକ୍ଷା ଦେଇ ପାରିବେ।
Follow Us