ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜାନୁଆରି ୨୦୨୫ର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ପେପର-୨ ର ଫଳାଫଳ ପ୍ରକାଶ ପାଇଛି। ବିଆର୍କ ଏବଂ ବିପ୍ଲାନିଂରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଜେଇଇ ମେନ୍ସର ଅଫିସିଆଲ୍ ୱେବସାଇଟ୍ jeemain.nta.nic.inକୁ ଯାଇ ସେମାନଙ୍କର ଫଳାଫଳ ଦେଖିପାରିବେ। ସେମାନଙ୍କର ସ୍କୋରକାର୍ଡ ଦେଖିବା ପାଇଁ, ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ ଦେବାକୁ ପଡିବ।
ଜେଇଇ ମେନ୍ସ ପେପର ୨-ଏ(ବିଆର୍କ) ପାଇଁ ମୋଟ ୬୩,୪୮୧ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୪,୧୪୪ ଜଣ ପରୀକ୍ଷା ଦେଇଥିଲେ। ପେପର ୨-ବି(ବି ପ୍ଲାନିଂ) ପାଇଁ, ୨୮,୩୩୫ ଜଣ ପ୍ରାର୍ଥୀ ପଞ୍ଜିକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୮,୫୯୬ ଜଣ ପରୀକ୍ଷା ଦେଇଥିଲେ।
ଜେଇଇ ମେନ୍ସ ସେସନ୍ ୧ ପେପର ୨-ଏ (ବିଆର୍କ)ରେ ମହାରାଷ୍ଟ୍ରର ପତନେ ନୀଳ ସନ୍ଦେଶ ଏନଟିଏ ସ୍କୋର ୧୦୦ସହିତ ଟପ୍ପର ହୋଇଛନ୍ତି। ପେପର ୨-ବି(ବି ପ୍ଲାନିଂ) ରେ ମଧ୍ୟପ୍ରଦେଶର ସୁନିଧି ସିଂହ ଏନଟିଏ ସ୍କୋର ୧୦୦ ସହିତ ଟପ୍ପର ହୋଇଛନ୍ତି। ଟପ୍ପର ତାଲିକାରେ ଓଡ଼ିଶାର ଆଦିତ୍ୟ ନାୟକ ରହିଛନ୍ତି।
ଲିଙ୍କ୍:ଫଳାଫଳ ପାଇଁ ଲିଙ୍କ୍ରେ କରନ୍ତୁ କ୍ଲିକ୍
ପେପର ୨-ଏ (ବି ଆର୍କ)ରେ ରାଜ୍ୟ ଅନୁସାରେ ଟପ୍ପର ଏବଂ ସେମାନଙ୍କର ଏନଟିଏ ସ୍କୋର
କ୍ରମିକ ନଂ ଆବେଦନ ନମ୍ବର ପ୍ରାର୍ଥୀଙ୍କ ନାମ ରାଜ୍ୟ (ଦ୍ୱାଦଶ ପାସ୍ /ରାଜ୍ୟ) ଏନଟିଏ ସ୍କୋର
୧ ୨୫୦୩୧୦୫୦୦୪୦୩ ପତନେ ନୀଲ ସନ୍ଦେଶ ମହାରାଷ୍ଟ୍ର ୧୦୦,୦୦୦୦୦୦୦୦୦
୨ ୨୫୦୩୧୦୦୮୬୦୭୬ ଆରଭ ଗର୍ଗ ଉତ୍ତର ପ୍ରଦେଶ ୯୯.୯୯୩୨୦୪୧
୩ ୨୫୦୩୧୦୦୪୮୭୪୬ ତନିଷ୍କ ଯାଦବ ଚଣ୍ଡିଗଡ଼ ୯୯.୯୯୦୯୩୮୭
୪ ୨୫୦୩୧୦୪୫୪୫୧୯ ସୁନିଧି ସିଂହ ମଧ୍ୟ ପ୍ରଦେଶ ୯୯.୯୮୮୬୭୩୪
୫ ୨୫୦୩୧୦୧୨୬୩୨୯ ରକ୍ଷା ଦିନେଶ ହେଗଡେ କର୍ଣ୍ଣାଟକ ୯୯.୯୮୬୪୦୮୧
୬ ୨୫୦୩୧୦୨୯୦୫୦୯ ଇଶାନ ଶିବକୁମାର ହରିୟାଣା ୯୯.୯୮୪୧୪୨୮
୭ ୨୫୦୩୧୦୦୦୦୨୫୮ ଜି. ଅଦିତି ତାମିଲନାଡୁ ୯୯.୯୮୪୧୪୨୮
୮ ୨୫୦୩୧୦୨୬୫୧୨୩ ସାକେତ ଭେମ୍ପାଲି ତେଲେଙ୍ଗାନା ୯୯.୯୭୯୬୧୨୨
୯ ୨୫୦୩୧୦୨୨୬୧୫୮ ସ୍ୱସ୍ଥି ସିଙ୍ଘଲ ଦିଲ୍ଲୀ(ଏନସିଟି) ୯୯.୯୭୫୦୮୧୬
୧୦ ୨୫୦୩୧୦୩୧୬୩୬୨ ଅଂଶି ମିସ୍ତ୍ରୀ ଗୁଜୁରାଟ ୯୯.୯୭୨୮୧୬୨
ପେପର ୨-ବି (ବି.ପ୍ଲାନିଂ)ରେ ରାଜ୍ୟ ଅନୁସାରେ ଟପ୍ପର ଏବଂ ସେମାନଙ୍କର ଏନଟିଏ ସ୍କୋର
କ୍ରମିକ ନଂ ଆବେଦନ ନମ୍ବର ପ୍ରାର୍ଥୀଙ୍କ ନାମ ରାଜ୍ୟ(ଦ୍ୱାଦଶ ପାସ୍ / ରାଜ୍ୟ) ଏନଟିଏ ସ୍କୋର୍
୧ ୨୫୦୩୧୦୪୫୪୫୧୯ ସୁନିଧି ସିଂହ ମଧ୍ୟ ପ୍ରଦେଶ ୧୦୦,୦୦୦୦୦୦୦୦୦
୨ ୨୫୦୩୧୦୪୨୯୫୬୭ ଧ୍ରୁବ ରାହୁଲ ପାଠକ କର୍ଣ୍ଣାଟକ ୯୯.୯୯୪୬୨୨୫
୩ ୨୫୦୩୧୦୨୪୩୪୯୫ କଳା ସାଇ ସୂଜନା ଆନ୍ଧ୍ର ପ୍ରଦେଶ ୯୯.୯୮୯୨୪୫୦
୪ ୨୫୦୩୧୦୦୮୫୬୫୦ ଅନିଶ ଦେବ ଆସାମ ୯୯.୯୭୮୪୯୦୦
୫ ୨୫୦୩୧୦୧୦୭୮୦୮ ପ୍ରୀତୀଶ ନନ୍ଦୀ ପଶ୍ଚିମବଙ୍ଗ ୯୯.୯୭୩୧୧୨୫
୬ ୨୫୦୩୧୦୧୦୦୪୧୧ ଭରଦ ବିନାୟକ ଅନ୍ତାରକର ମହାରାଷ୍ଟ୍ର ୯୯.୯୪୦୮୪୭୫
୭ ୨୫୦୩୧୦୫୬୬୬୧୬ ଆଦିତ୍ୟ ନାୟକ ଓଡ଼ିଶା ୯୯.୯୧୩୯୬୦୦
୮ ୨୫୦୩୧୦୩୦୫୧୮୨ ପ୍ରତ୍ୟୁଷ ରାଜ ବିହାର ୯୯.୮୯୨୪୫୦୦
୯ ୨୫୦୩୧୦୨୨୬୧୫୮ ସ୍ୱସ୍ଥି ସିଂହଲ ଦିଲ୍ଲୀ (ଏନସିଟି) ୯୯.୮୯୨୪୫୦୦
୧୦ ୨୫୦୩୧୦୮୩୪୦୪୪ ଜ୍ୟୋତିରାଦିତ୍ୟ ଚୌଧୁରୀ ରାଜସ୍ଥାନ
୯୯.୮୯୨୪୫୦୦
ଅଧିକ ପଢ଼ନ୍ତୁ: ୩୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା: ୫ ଡଙ୍ଗା ଜବତ
ଅଧିକ ପଢ଼ନ୍ତୁ: ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ: ହାଫ୍ ମାରାଥନ୍ ଦେଲା ସଫଳତା, ଉଡ଼ାଇଲେ ତ୍ରିରଙ୍ଗା