ମାଣ୍ଡିଠାରେ ଓଲଟି ପଡ଼ିଲା ଜିପ୍‌: ୫ ମୃତ, ୫ ଗୁରୁତର

ମାଣ୍ଡିଠାରେ ଓଲଟି ପଡ଼ିଲା ଜିପ୍‌: ୫ ମୃତ, ୫ ଗୁରୁତର

(Photo Credit: ANI)

ମାଣ୍ଡି: ହିମାଚଳ ପ୍ରଦେଶର ମାଣ୍ଡି ଜିଲ୍ଲାସ୍ଥିତ ପଧାର ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏହି ଅଞ୍ଚଳରେ ଗୁରୁବାର ସକାଳେ ଏକ ଚଳନ୍ତା ଜିପ୍‌ ଓଲଟି ପଡ଼ିବାରୁ ୫ ଜଣଙ୍କ ଜୀବନ ଯିବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜିପ୍‌ଟି ରାସ୍ତାରୁ ତଳକୁ ଖସିପଡ଼ିବା ପରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାର ତଦନ୍ତ ପୁଲିସ୍‌ ଆରମ୍ଭ କରିଛି। ଅହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଉ ସେମାନଙ୍କର ଆବଶ୍ୟକୀୟ ଚିକିତ୍ସା କରାଯାଉଛି।

ପୂର୍ବରୁ ଏପ୍ରିଲ୍‌ ୨୭ ତାରିଖରେ ସମାନ ଭାବରେ ଏକ ବସ୍‌ ଖସିପଡ଼ିବାରୁ ରାଜ୍ୟର ଚାମ୍ବା ଜିଲ୍ଲାରେ ୧୨ ଜଣଙ୍କର ମୃତ୍ୟୁ ଘଟିବା ସହ ବହୁ ସଂଖ୍ୟକ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe