ଇସ୍ଲାମାବାଦ: ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକୁ ପଛରେ ଛାଡ଼ି ଇମ୍ରାନ୍ ଖାନ୍ଙ୍କ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇ) ସବୁଠାରୁ ବଡ଼ ଦଳ ହୋଇଥିବାରୁ ଏଥିରେ ଇମ୍ରାନ୍ଙ୍କ ପୂର୍ବ ପତ୍ନୀ ଜେମିମା ଗୋଲ୍ଡସ୍ମିଥ୍ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଏମିତି କି ସେ ସଙ୍ଗେ ସଙ୍ଗେ ଇମ୍ରାନଙ୍କୁ ବଧାଇ ଜଣାଇବାକୁ ବ୍ୟାକୁଳ ହୋଇପଡ଼ିଥିଲେ। ଟ୍ଵିଟର୍ରେ ନିଜ ଖୁସି ଜାହିର କରି ଜେମିମା ଲେଖିଥିଲେ, ‘ମୋ ପୁଅମାନଙ୍କର ପିତା ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଉଲ୍ଲେଖଯୋଗ୍ୟ, ବି୍ରଟିସ୍ ସାମ୍ବାଦିକା ଜେମିମା ହେଉଛନ୍ତି ଇମ୍ରାନ୍ଙ୍କର ପ୍ରଥମ ପତ୍ନୀ। କିନ୍ତୁ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇସାରିଛି। କିନ୍ତୁ ଛାଡ଼ପତ୍ର ସତ୍ତ୍ୱେ ସେମାନେ ପରସ୍ପର ସହିତ ସମ୍ପର୍କ ରଖିଥିବା କୁହାଯାଉଛି। ତା’ଛଡ଼ା ଏବେ ବି ଜେମିମା ତାଙ୍କ ଇମ୍ରାନଙ୍କୁ ଭଲ ପାଉଥିବା ତାଙ୍କ ଟ୍ଵିଟ୍ରୁ ଜଣାପଡ଼ୁଛି। ଇମ୍ରାନ୍ଙ୍କ ପିଟିଆଇ ପାକିସ୍ତାନର ଅନେକ ପ୍ରମୁଖ ଦଳଗୁଡ଼ିକୁ ପରାଜିତ କରି ଏବେ ଚର୍ଚ୍ଚାରେ ରହିଛି।
ଜେମିମାଙ୍କ ଟ୍ଵିଟ୍ ମୋ ପୁତ୍ରଙ୍କ ପିତା ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
Advertisment
Follow Us