Famosos Artistas
ନୂଆଦିଲ୍ଲୀ: ସରକାରଙ୍କର ଏତେ ସବୁ ପ୍ରୟାସ ପରେ ଦେଶରେ ଏବେ ବି କଳାଧନ ମହଜୁଦ୍ ରଖିଥିବା ମହଜୁଦ୍କାରୀମାନେ ଅନ୍ତର୍ଜତୀୟ ବିମାନର କର୍ମଚାରୀମାନଙ୍କ ଜରିଆରେ ଏକ ର୍ୟାକେଟ୍ ଚଳାଇ ସେମାନଙ୍କ ମାଧ୍ୟମରେ କଳାଧନକୁ ଧଳା କରୁଥିବା ସଂପର୍କରେ ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ୍ ହୋଇଛି।
ନୂଆଦିଲ୍ଲୀରୁ ହଂକଂ ଅଭିମୁଖେ ଉଡ଼ାଣ ଭରୁଥିବା ଜେଟ୍ ଏୟାରେଓ୍ଵଜ୍ର ଜନୈକା ମହିଳା କର୍ମଚାରୀଙ୍କ ନିକଟରୁ ୪୮୦,୨୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୩.୨୧ କୋଟି)କୁ ଡାଇରେକ୍ଟଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍ଆଇ)ର ଅଧିକାରୀମାନେ ଗତ ରବିବାର ବିଳମ୍ବିତ ରାତିରେ ଜବତ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।
ଡିଆର୍ଆଇର ଜନୈକ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଯେ କେତେକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଗତ ରବିବାର ରାତିରେ ନୂଆଦିଲ୍ଲୀରୁ ହଂକଂ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଜେଟ୍ ଏୟାରେଓ୍ଵଜ୍ର ଏକ ବିମାନ ଉପରେ ଚଢ଼ାଉ କରା ଯାଇଥିଲା। ଏହି ଚଢ଼ାଉ କାଳରେ ସେହି ବିମାନର ଜନୈକା ମହିଳା କର୍ମଚାରୀଙ୍କ ନିକଟରୁ ଏହି ବିପୁଳ ପରିମାଣର ଅର୍ଥ ଜବତ ହୋଇଥିଲା। ପରେ ଡିଆର୍ଆଇ ଅଧିକାରୀମାନେ ସଂପୃକ୍ତା ମହିଳା କର୍ମଚାରଙ୍କୁ ଅଟକ ରଖି ଯେତେବେଳେ ଘଟଣା ବାବଦରେ ଅଧିକ ପଚରାଉଚୁରା ଆରମ୍ଭ କରିଥିଲେ, ସେତେବେଳେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା।
Click Lancashireସେ ସୂଚନା ଦେଇ କହିଥିଲେ ଯେ ଦିଲ୍ଲୀରେ ଥିବା ଏକ ଟ୍ରାଭେଲ୍ କମ୍ପାନିର ମାଲିକ ତାଙ୍କୁ ଏଇ ଅର୍ଥ ଦେଇଥିଲେ। ଏବଂ ତାଙ୍କୁ ନିର୍ଦ୍ଦେଶ ଥିଲା ସେ ହଂକଂରେ ଜନୈକ ବ୍ୟକ୍ତିଙ୍କୁ ଏହି ଅର୍ଥ ପ୍ରଦାନ କରିବେ ଏବଂ ପ୍ରତିବଦଳରେ ସେ ପ୍ରଦାନ କରିବାକୁ ଥିବା ସୁନାକୁ ଆଣି ଭାରତରେ ସୁରକ୍ଷିତ ଭାବେ ପହଞ୍ଚାଇବେ। ଆଉ ଏହି କାର୍ଯ୍ୟ ପାଇଁ ତାଙ୍କୁ ପାରିଶ୍ରମିକ ରୂପେ ମୋଟ ଅର୍ଥର ଏକ ପ୍ରତିଶତ ପ୍ରଦାନ କରାଯିବ ବୋଲି ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ସେ ତାଙ୍କୁ ପ୍ରଦତ୍ତ ଅର୍ଥକୁ ଏକ ସ୍କାନର ନିରୋଧୀ ଜରିରେ ସୁରକ୍ଷିତ ଭାବେ ଗୁଡ଼ାଇ ତାଙ୍କ ବିମାନରେ ହଂକଂ ଚାଲାଣ କରୁଥିବା ବେଳେ ଧରା ପଡ଼ି ଯାଇଥିଲେ।
ଏ ତଥ୍ୟ ମିଳିବା ପରେ, ଦେଶରେ ଏବେ ବି କଳାଧନ ମହଜୁଦ୍ ରଖିଥିବା ମହଜୁଦ୍କାରୀମାନେ ସେମାନଙ୍କର କଳାଧନକୁ ଧଳା କରିବା ପାଇଁ ବେଶ ସୁଚନ୍ତିତ ଉପାୟରେ ଏକ ବଡ଼ ଧରଣର ର୍ୟାକେଟ୍ ଚଳାଇଥିବା ଡିଆର୍ଆଇ ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଆଉ ଏହି ର୍ୟାକେଟରେ ଆହୁରି ଅଧିକ ସଂଖ୍ୟକ କଳାଧନ ମହଜୁଦ୍କାରୀ ଓ ଅନ୍ତର୍ଜାତୀୟ ବିମାନ କର୍ମଚାରୀମାନେ ସଂପୃକ୍ତ ଥିବା ଜାଣିବାକୁ ପାଇଲା ପରେ ତଦନ୍ତକୁ ବ୍ୟାପକ କରିଥିବା ଜାଣିବାକୁ ମିଳିଛି।
ଜେଟ୍ ଏୟାରେଓ୍ଵଜ୍ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରିବା ସହ ସଂପୃକ୍ତା ମହିଳା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି।
Follow Us