ଜେଟ୍ ଏୟାରୱେଜର ପୁନରୁଦ୍ଧାର ଯୋଜନାକୁ ଗ୍ରହଣ କଲା ଏନସିଏଲଟି

Advertisment
ଜେଟ୍ ଏୟାରୱେଜର ପୁନରୁଦ୍ଧାର ଯୋଜନାକୁ ଗ୍ରହଣ କଲା ଏନସିଏଲଟି

Business Standard

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜକୁ ପୁନଃ ଆରମ୍ଭ କରିବା ପାଇଁ ଲଣ୍ଡନ ସ୍ଥିତ କାଲରକ୍ କ୍ୟାପିଟାଲ୍ ଏବଂ ୟୁଏଇର ବ୍ୟବସାୟୀ ମୁରାରୀ ଲାଲ ଜଲାନଙ୍କୁ ନେଇ ଗଠିତ କନ୍‌ସୋର୍ଟିୟମ୍ ଦାଖଲ କରିଥିବା ପୁନରୁଦ୍ଧାର ଯୋଜନାକୁ ଆଜି ନ୍ୟାସନାଲ କମ୍ପାନି ଲ' ଟ୍ରିବ୍ୟୁନାଲ୍ (ଏନସିଏଲଟି) ଅନୁମୋଦନ କରିଛି ବୋଲି ସୂତ୍ରରୁ ପ୍ରକାଶ।

ଜେଟ୍ ଏୟାରୱେଜକୁ ପୁନଃ ଆରମ୍ଭ କରିବା ଯୋଜନାର ଏକ ଅଂଶ ଭାବରେ ଏନସିଏଲଟି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ (ଡିଜିସିଏ) ଏବଂ ବିମାନ ଚଳାଚଳ ମନ୍ତ୍ରାଳୟକୁ ଋଣ ଭାରପ୍ରାପ୍ତ ଜେଟ ଏୟାରୱେଜକୁ ସ୍ଲଟ୍ ବଣ୍ଟନ କରିବାକୁ ୯୦ ଦିନ ସମୟ ଦେଇଛି। ତଥାପି, ଜେଟ ଏୟାରୱେଜକୁ ତାହାର ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘରୋଇ ଏବଂ ଆନ୍ତର୍ଜାତିକ ରୁଟ ଦିଆଯିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ସୂତ୍ରରୁ ଜଣାପଡିଛି।

କାଲରକ୍-ଜଲାନ୍ ମିଳିତ ଭାବେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ ଏବଂ କର୍ମଚାରୀଙ୍କୁ ୧,୨୦୦ କୋଟି ଟଙ୍କା ଫେରସ୍ତ କରିବାକୁ ପ୍ରସ୍ତାବ ଦେଇଥିଲା ଏବଂ ୩୦ଟି ବିମାନ ସହିତ ଜେଟ୍ ଏୟାରୱେଜକୁ ପୁନଃ ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲା।

publive-image indiatoday.in

ଉଲ୍ଲେଖଯୋଗ୍ୟ, ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ଲାଗି ପାଣ୍ଠି ଯୋଗାଡ଼ କରିବା ଜେଟ୍‌ ଏୟାରୱେଜ୍ ପାଇଁ କଷ୍ଟକର ହୋଇପଡ଼ିଥିଲା। ‌କଂପାନିର ଅଧ୍ୟକ୍ଷ ନରେଶ ଗୋୟଲଙ୍କ ସବୁ ପ୍ରକାର ପ୍ରୟାସ ସତ୍ତ୍ବେ ନୂଆ ପାଣ୍ଠି ଯୋଗାଡ଼ ହୋଇନପାରିବାରୁ କଂପାନି ଏହାର ସେବାକୁ ସାମୟିକ ସମୟ ବନ୍ଦ ରଖିବାକୁ ଘୋଷଣା କରିଥିଲା।

ଏହାର ଶେଷ ବିମାନ ଅମୃତସରରୁ ମୁମ୍ବାଇ ଯାତ୍ରା କରିଥିଲା। କଂପାନିର ଉଡ଼ାଣ ବନ୍ଦ ହୋଇଯିବା ପରେ ଏହାକୁ ବିକ୍ରି କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିଲା। କାରଣ ଜେଟ୍ ଏୟାରୱେଜ୍‌ର ପୁନରୁଦ୍ଧାର ଓ ବିକ୍ରି ଉପରେ ଋଣ ଦେଇଥିବା ସଂସ୍ଥାଗୁଡ଼ିକର ପାଣ୍ଠିର ଭାଗ୍ୟ ନିର୍ଭର କରୁଛି। ଇତି ମଧ୍ୟରେ କମିଟି ଅଫ୍ କ୍ରେଡିଟର୍ସ ୧୬ ଥର ବୈଠକ କରିସାରିଥିଲେ। ଜେଟ୍‌ ଏୟାରୱେଜ୍‌ର ବିଡ୍‌ ଦାଖଲ ଅବଧିକୁ ବାରମ୍ବାର ବୃଦ୍ଧି କରାଯାଇଥିଲା। ବହୁତ ଭଲ ସ୍ଥିତିରେ ଚାଲୁଥିବା ବେଳେ ଜେଟ୍ ଏୟାରୱେଜ୍ ପାଖରେ ୧୨୦ଟି ବିମାନ ଥିଲା। ମାତ୍ର ଉଡ଼ାଣ ବନ୍ଦ ହେବା ବେଳକୁ କଂପାନି ପାଖରେ ମାତ୍ର ୧୯ଟି ବିମାନ ରହିଯାଇଥିଲା। ଏବେ ଏନସିଏଲଟି କାଲରକ୍ କ୍ୟାପିଟାଲ୍ ଏବଂ ମୁରାରୀ ଲାଲ ଜଲାନଙ୍କୁ ନେଇ ଗଠିତ କନ୍‌ସୋର୍ଟିୟମ୍ ଦାଖଲ କରିଥିବା ଯୋଜନାକୁ ଅନୁମୋଦିତ କରିବା ପରେ ପୁଣି ଠାରେ ଆକାଶରେ ଜେଟ ବିମାନ ଉଡ଼ିବ ବୋଲି ଆଶା ପ୍ରକଟ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe