ମଝି ଆକାଶରେ ପାଇଲଟ୍‌ ଦମ୍ପତିଙ୍କ ଝଗଡ଼ା: ଉଭୟଙ୍କୁ ବହିଷ୍କାର କଲା ଜେଟ୍‌ ଏୟାରେଓ୍ଵଜ୍‌

Advertisment
କର୍ମଚାରୀଙ୍କୁ ଜେଟ ଏୟାରୱେଜର ଚେତାବନୀ, ଖର୍ଚ୍ଚକାଟ ନକଲେ ୬୦ ଦିନରେ ତାଲା ପଡ଼ିବ

photo credit-ABC7

ମୁମ୍ବାଇ: ଜାନୁଆରି ୧ ତାରିଖରେ ଜେଟ୍‌ ଏୟାରେେଓ୍ଵଜ୍‌ର ବିମାନ ‘୯ଡବ୍ଲ୍ୟୁ ୧୧୯’ ଲଣ୍ଡନରୁ ଉଡ଼ାଣ ଆରମ୍ଭ କରିବା ପରେ ମଝି ଆକାଶରେ ବିମାନର ଦୁଇଜଣ ପାଇଲଟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଉଭୟ ପାଇଲଟ୍‌ କକ୍‌ପିଟ ଛାଡ଼ି ବାହାରକୁ ପଳାଇ ଆସିଥିଲେ। ଫଳରେ ବିମାନରେ ଯାତ୍ରା କରୁଥିବା ୩୨୪ ଜଣ ଯାତ୍ରୀ ଓ ୧୨ ଜଣ ବିମାନ କର୍ମଚାରୀଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ଜେଟ୍‌ ଏୟାରେଓ୍ଵଜ ପକ୍ଷରୁ ବିମାନ ପାଇଲଙ୍କୁ ବହିଷ୍କାର କରାଯାଇଛି ବୋଲି ଜେଟ୍‌ ଏୟାରେଓ୍ଵଜ୍‌ ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ ବିମାନ ‘୯ଡବ୍ଲ୍ୟୁ ୧୧୯’ ବିମାନକୁ ପାଇଲଟ୍‌ ଦମ୍ପତି ଲଣ୍ଡନ୍‌ରୁ ମୁମ୍ବାଇ ନେଇ ଆସୁଥିଲେ। ତେବେ ମଧ୍ୟ ଆକାଶରେ ପାଇଲଟ୍‌ ତାଙ୍କ ସହଯୋଗୀ ପାଇଲଟ୍‌ ପତ୍ନୀଙ୍କୁ ପ୍ରଥମେ ଚାପୁଡ଼ା ମାରିବା ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ଓ ଠେଲାପେଲା ହୋଇଥିଲା। ଏହା ପରେ ପାଇଲଟ୍‌ ଦମ୍ପତି କକ୍‌ପିଟ ଛାଡ଼ି ବାହାରକୁ ପଳାଇ ଆସିଥିଲେ। ଫଳରେ ବିନା ପାଇଲଟରେରେ କିଛି ସମୟ ପାଇଁ ଏହି ବୋଇଂ-୭୭୭- ୯ଡବ୍ଲ୍ୟୁ ୧୧୯ ଆକାଶରେ ବିଦପପୂର୍ଣ୍ଣଭାବେ ଉଡ଼ିିଥିଲା। ପରେ ଅନ୍ୟ କର୍ମଚାରୀଙ୍କ ବୁଝାସୁଝା ପରେ ପାଇଲଟ୍‌ ଦମ୍ପତି ପୁଣିଥରେ ବିମାନ ଉଡ଼ାଣ କରିଥିଲେ। ବିମାନ ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିବା ପରେ ବେସାମରିକ ଉଡ଼ାଣ ନିର୍ଦ୍ଦେଶାଳୟ ଦୁଇ ପାଇଲଟ୍‌ଙ୍କ ଲାଇସେନ୍‌ସ ରଦ୍ଦ କରିଦେଇଥିଲେ ଏବଂ ଜେଟ୍‌ ଏୟାରେଓ୍‌ଜ୍‌ ସେମାନଙ୍କୁ ନିଲମ୍ବନ କରିଥିଲା। ଆଜି ଜେଟ୍‌ ଏୟାରେଓ୍ଵଜ ପକ୍ଷରୁ ସେମାନଙ୍କୁ ବହିଷ୍କାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe