New Delhi: Union Finance Minister Arun Jaitley addresses the Foundation Day function of Security Printing Minting Corporation of India Limited (SPMCIL) in New Delhi on Friday. PTI Photo by Kamal Singh(PTI2_17_2017_000023B)
ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ୍ କୁମାରଙ୍କ ସମେତ ଅନ୍ୟ କେତେକ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ପରେ ଏବେ ବିଜେପି ଏହି ମାମଲାରେ କଂଗ୍ରେସକୁ ଘେରିଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା କଂଗ୍ରେସ ନେତା କମଲନାଥ ୧୯୮୪ ଦଙ୍ଗା ମାମଲାରେ ଜଣେ ଅଭିଯୁକ୍ତ ଥିବାରୁ ଜେଟ୍ଲି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଦଙ୍ଗା ଅଭିଯୁକ୍ତ ନେତାମାନଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ କରାଇବା କେତେଦୂର ଯଥାର୍ଥ ବୋଲି ଜେଟ୍ଲି ପ୍ରଶ୍ନ କରିଛନ୍ତି। ତେବେ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଏହାର ଜବାବ ଦେଇ କହିଛନ୍ତି ଯେ କମଲନାଥଙ୍କ ବିରୋଧରେ କୌଣସି ଚାର୍ଜସିଟ୍ ନାହିଁ ଏବଂ ତାଙ୍କୁ ଏହି ମାମଲାରେ ଜେଟ୍ଲି ଟାଣିବା ଉଚିତ୍ ନୁହେଁ।
Follow Us