ବର ନଆସିବାରୁ ଭିଣୋଇକୁ ବିବାହ କଲେ କନ୍ୟା

Advertisment
ବର ନଆସିବାରୁ ଭିଣୋଇକୁ ବିବାହ କଲେ କନ୍ୟା

ଝାନ୍ସି: ବର ନଆସିବାରୁ ଭିଣୋଇକୁ ବିବାହ କଲେ କନ୍ୟା। ଉତ୍ତରପ୍ରଦେଶର ଝାନ୍ସିରେ ଘଟିଛି ଏଭଳି ଘଟଣା। ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। କୁହାଯାଉଛି ଯେ, ସରକାରୀ ଯୋଜନାର ସମ୍ମାନ ରଖିବାକୁ ଯାଇ ଯୁବତୀ ନିଜ ଭିଣୋଇକୁ ବିବାହ କରିଥିଲେ। ହେଲେ ବିବାହ ପରେ ପରେ ସେ ମଥାରୁ ସିନ୍ଦୂର ପୋଛି ଦେଇଥିଲେ। ଏ ସମ୍ପର୍କରେ ସାମାଜିକ କଲ୍ୟାଣ ଅଧିକାରୀ ଲଲିତା ଯାଦବ କହିଛନ୍ତି ଯେ ଏହି ଘଟଣା ତାଙ୍କ ନଜରକୁ ଆସିଛି ଏବଂ ପୂରା ଘଟଣା ଜାଣିବା ପାଇଁ ତଦନ୍ତ କରାଯାଉଛି।

ସୂଚନା ମୁତାବକ, ମଧ୍ୟପ୍ରଦେଶର ଛତରପୁରରେ ରହୁଥିବା ବୃଷଭାନଙ୍କ ସହ ଝାନ୍ସିର ବାମୋର ନିବାସୀ ଖୁସୀଙ୍କ ବିବାହ ସ୍ଥିର ହୋଇଥିଲା। ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ସମାରୋହରେ ତାଙ୍କର ପଞ୍ଜୀକରଣ ସଂଖ୍ୟା ୩୬ଥିଲା। ଗତ ମଙ୍ଗଳବାର ଝାନ୍ସିର ପଲିଟେକ୍ନିକ୍ କଲେଜ ପଡିଆରେ ବିବାହର ଆୟୋଜନ କରାଯାଇଥିଲା। ବିବାହ ସମୟ ଗଡ଼ିବା ପରେ ବି ବୃଷଭାନ ବିବାହ ପାଇଁ ପହଞ୍ଚିନଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନାର କିଛି ଅଧିକାରୀ ଖୁସୀଙ୍କ ଭିଣୋଇ ଦିନେଶଙ୍କୁ ବିବାହ ପାଇଁ ରାଜି କରାଇଥିଲେ। ବାଧ୍ୟ କରାଯିବା ପରେ ଦିନେଶ, ଖୁସୀଙ୍କୁ ବିବାହ କରିଥିଲେ ବି ଖୁସୀ ପରେ ସିନ୍ଦୂର ପୋଛି ଦେଇଥିଲେ।

ଖୁସୀଙ୍କ କହିବା ମୁତାବକ, ମୁଁ ଯାହା କରିଛି ତାହା ଭୁଲ। ହେଲେ ସବୁ ପ୍ରସ୍ତୁତି ଶେଷ ହୋଇସାରିଥିବାରୁ ମୁଁ ବିବାହ କରିବାକୁ ବାଧ୍ୟ ହେଲି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe