image source-thewire.in
ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଜେଏମଏମ, ଆରଜେଡି ଓ କଂଗ୍ରେସ ଆସନକୁ ଯେଉଁ ଟଣାଓଟରା ଚାଲିଥିଲା ଏବେ ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ଏବେ ତିନି ଦଳ ଭିତରେ ବୁଝାମଣା ହୋଇଥିବାର ସୂଚନା ମିଳିଛି। କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଦେଶ ପ୍ରଭାରୀ ଆର ପି ଏନ ସିଂ କହିଛନ୍ତି ଯେ ମହାମେଣ୍ଟର ଆସନ ବୁଝାମଣା ଅନୁଯାୟୀ ଜେଏମଏମ ୪୩ ଆସନରୁ ନିର୍ବାଚନ ଲଢ଼ିବ କଂଗ୍ରେସ ୩୧ ଏବଂ ଆରଜେଡି ୭ଟି ଆସନରେ ନିର୍ବାଚନ ଲଢ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଆସନରୁ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେବ ନାହିଁ ।
image source-indiatodayତେବେ ଜେଏମଏମ ମୁଖ୍ୟ ହେମନ୍ତ ସୋରେନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ହେବେ ବୋଲି ବି ସ୍ପଷ୍ଟ ବୁଝାମଣା ହୋଇଛି। ସେମାନେ ସମସ୍ତେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ସରକାରଙ୍କୁ ହଟାଇବାର ସଂକଳ୍ପ ନେଇଛନ୍ତି ବୋଲି ସେ କହିଛନ୍ତି।ମେଣ୍ଟରେ କେହି ବଡ଼ ନୁହେଁ କି କେହି ଛୋଟ ନୁହେଁ ବୋଲି ଜେଏମଏମ ମୁଖ୍ୟ ହେମନ୍ତ ସୋରେନ କହିଛନ୍ତି।
Follow Us