ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ସରକାର ଗଠନ ଆଡ଼କୁ ଅଗ୍ରସର ହେଉଛି ଜେଏମ୍‌ଏମ୍‌- କଂଗ୍ରେସ-ଆର୍‌ଜେଡି ମେଣ୍ଟ

Advertisment
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ : ସରକାର ଗଠନ ଆଡ଼କୁ ଅଗ୍ରସର ହେଉଛି ଜେଏମ୍‌ଏମ୍‌- କଂଗ୍ରେସ-ଆର୍‌ଜେଡି ମେଣ୍ଟ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଶାସକ ବିଜେପିକୁ ଲାଗିଛି ଏକ ବଡ଼ ଝଟକା। ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପିକୁ ପଛରେ ପକାଇ ଏବେ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆଗେଇଛନ୍ତି ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟ।

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ଗତ ନଭେମ୍ବର ୩୦ ତାରିଖ ଠାରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବା ପରେ ଆଜି ସକାଳୁ ରାଜ୍ୟର ୨୪ଟି ଜିଲ୍ଲା ମୁଖ୍ୟାଳୟରେ ଭୋଟ ଗଣତି କାର୍ଯ୍ୟ ଜୋରସୋରରେ ଚାଲିଛି। ଅପରାହ୍ଣ ୩ଟା ସୁଦ୍ଧା ହସ୍ତଗତ ହୋଇଥିବା ଗଣତିର ଫଳାଫଳରୁ ଜଣାପଡ଼ିଛି ଯେ ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମେଣ୍ଟ ୪୧ ଆସନରେ ଆଗୁଆ ରହିବା ସହ ବିଜୟ ସମ୍ଭାବନାକୁ ନିଶ୍ଚିତ କରି ନେଇଥିବା ବେଳେ ବିଜେପି ମାତ୍ର ୨୯ଟି ଆସନରେ ଆଗୁଆ ରହିଛି।

publive-image News Nation

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ବିଜେପି ପ୍ରାର୍ଥୀ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ ଜାମସେଦପୁର (ପୂର୍ବ) ଆସନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସ୍ୱାଧୀନ ପ୍ରାର୍ଥୀ ସାରଯୁ ରୟଙ୍କ ଠାରୁ ବହୁ ପଛରେ ରହିଛନ୍ତି। ଉଲ୍ଲେଖଯୋଗ୍ୟ, ଦଳୀୟ ଟିକେଟ ନ ପାଇବାରୁ ସରଯୁ ବିଜେପି ବିରୋଧରେ ବିଦ୍ରୋହ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ରଘୁବରଙ୍କ ବିରୋଧରେ ନିର୍ବାଚନକୁ ଓହ୍ଲାଇ ଥିଲେ।

publive-image OutLookIndia

ତାଜା ସ୍ଥିତି
ମୋଟ ଆସନ: ୮୧
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌): ୨୫
କଂଗ୍ରେସ: ୧୨
ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି): ୪
ଭାରତୀୟ ଜନତା ପାର୍ଟି (ବିଜେପି): ୨୯
ଅଲ୍‌ ଇଣ୍ଡିଆ ଝାଡ଼ଖଣ୍ଡ ଷ୍ଟୁଣ୍ଡେଣ୍ଟସ୍‌ ୟୁନିୟନ (ଏଜେଏସ୍‌ୟୁ): ୪
ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍‌): ୩
ଓ ଅନ୍ୟାନ୍ୟ: ୪
ଆସନରେ ଆଗୁଆ ରହିବା ସହ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe