Zee News India
ରାଞ୍ଚି/ ନୂଆଦିଲ୍ଲୀ: ଆଗାମୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସର ଦଳୀୟ ନିର୍ବାଚନୀ ପ୍ରଚାର କରିବାକୁ ମନୋନୀତ ହୋଇଥିବା ଷ୍ଟାର ପ୍ରଚାରକମାନଙ୍କର ଏକ ତାଲିକା ଆଜି ସନ୍ଧ୍ୟାରେ ଦଳ ପକ୍ଷରୁ ପ୍ରକାଶ ପାଇଛି। ତେବେ, ଏହି ଷ୍ଟାର ପ୍ରଚାରକ ତାଲିକାରେ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ନଥିବା ଘଟଣା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଆଜି ଦଳ ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସାଂସଦ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ବହୁ ନେତା ସ୍ଥାନ ପାଇଥିଲେ ମଧ୍ୟ ଏଥିରୁ ବାଦ ପଡ଼ିଛନ୍ତି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା।
News Nationଉଲ୍ଲେଖଯୋଗ୍ୟ, ସଦ୍ୟସମାପ୍ତ ମହାରାଷ୍ଟ୍ର ଓ ହରିୟାଣାର ବିଧାନସଭା ନିର୍ବାଚନ ପ୍ରଚାର ମଇଦାନ୍ରେ ମଧ୍ୟ କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦେଖିବାକୁ ମିଳି ନଥିଲା। ଲୋକସଭା ନିର୍ବାଚନ କାଳରେ ଉତ୍ତରପ୍ରଦେଶରେ ଦଳର ପ୍ରଚାର କାର୍ଯ୍ୟ ମୁଣ୍ଡାଇ ଥିଲେ ମଧ୍ୟ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳକୁ ସଫଳତା ଦେଇପାରି ନଥିବା କାରଣରୁ ତାଙ୍କୁ ଏବେ ଦଳୀୟ ପ୍ରଚାର କାର୍ଯ୍ୟରୁ ଦୂରେଇ ରଖା ଯାଉଥିବା ଆଲୋଚନା ହେଉଛି। ତେବେ, ଏ ସଂପର୍କରେ କଂଗ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅନୁମତି ମିଳିପାରି ନଥିବାରୁ ତାଙ୍କ ନାମକୁ ଏହି ତାଲିକାରେ ସ୍ଥାନିତ କରାଯାଇ ପାରିନାହିଁ।
Follow Us