ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ଘାଟିରେ ଯାତ୍ରୀବାହୀ ବସ ଖସିବା ଫଳରେ ୬ ଜଣଙ୍କର ମୃତ୍ୟୁ ଏବଂ ୩୯ ଜଣ ଯାତ୍ରୀ ଆହତ

ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ଘାଟିରେ  ଯାତ୍ରୀବାହୀ ବସ ଖସିବା ଫଳରେ ୬ ଜଣଙ୍କର ମୃତ୍ୟୁ ଏବଂ ୩୯ ଜଣ ଯାତ୍ରୀ ଆହତ

ରାଞ୍ଚି: ଆଜି ଝାଡ଼ଖଣ୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଝାଡ଼ଖଣ୍ଡର ଗଢ଼ବା-ଅମ୍ବିକାପୁର ରାଜରାସ୍ତାରେ ଥିବା ଅନ୍ନରାଜ ନାବାଡିହି ଘାଟିରେ ଏକ ଯାତ୍ରୀବାହୀ ବସ ଖସିବା ଫଳରେ ନିକଟରେ ମଙ୍ଗଳବାର ସକାଳେ ଏହି ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣା ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଘଟିଥିବା କୁହାଯାଉଛି । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

publive-image

ସକାଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବାର ବ୍ୟବସ୍ଥା କରାଯାଇଥିଲା ।ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଲିସ ଆହତମାନଙ୍କୁ ପ୍ରଥମେ ବସରୁ କଢ଼ା ଯାଇଥିଲା।

ପାହାଡିଆ ଅଚଂଳ ଦେଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ନିଜର ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାଯାଇଛି। ଯାତ୍ରୀବାହୀ ବସଟି ଅମ୍ବିକାପୁରରୁ ସାସାରାମ ଅଭିମୁଖେ ଯାଉଥିଲା ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe