ନଦୀକୁ ଖସି ପଡ଼ିଲା ରାଞ୍ଚି ଯାଉଥିବା ଯାତ୍ରୀବାହୀ ବସ୍, ୭ମୃତ

Advertisment
ନଦୀକୁ ଖସି ପଡ଼ିଲା ରାଞ୍ଚି ଯାଉଥିବା ଯାତ୍ରୀବାହୀ ବସ୍, ୭ମୃତ

livehindustan

ହଜାରିବାଗ୍(ଝାଡଖଣ୍ଡ): ନଦୀକୁ ଖସି ପଡ଼ିଲା ରାଞ୍ଚି ଯାଉଥିବା ଯାତ୍ରୀବାହୀ ବସ୍। କିଛି ଯାତ୍ରୀଙ୍କୁ ନେଇ ଏକ ବସ୍ ରାଞ୍ଚି ଅଭିମୁଖେ ଯାଉଥିବା ବେଳେ  ଝାଡଖଣ୍ଡର ହଜରିବାଗ ଜିଲ୍ଲାର ଟାଟିଝରିଆ ପୁଲିସ ଷ୍ଟେସନ ଅଧୀନରେ ଥିବା ସେବାନେ ନଦୀ ଉପରେ ଥିବା ବ୍ରିଜରୁ ଖସିପଡିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକଳ, ଏହି ବସ୍ ଯାତ୍ରୀଙ୍କୁ ନେଇ ଗିରିଡିହରୁ ରାଞ୍ଚି ଯାଉଥିଲା। ବସରେ ଥିବା ଯାତ୍ରୀମାନେ ଗୁରୁଦ୍ୱାରରେ ଆୟୋଜିତ ହେବାକୁ ଥିବା ଅରଦାସ କୀର୍ତ୍ତନରେ ଯୋଗଦେବାକୁ ଯାଉଥିଲେ। ବସଟି ବ୍ରିଜରୁ ପ୍ରାୟ ୨୦ଫୁଟ ତଳକୁ ଖସିଯିବାରୁ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସହ ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ବସ୍ ବ୍ରିଜ୍ ତଳକୁ ଖସିବା ପରେ ଜୋରରେ ଶବ୍ଦ ହେବାରୁ ଆଖପାଖର ଲୋକମାନେ ଘଟଣାସ୍ଥଳ ଆଡକୁ ଦୌଡି ଆସି ବସରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି। ଏହା ସହ ଏବେ ବି ବସ ଭିତରେ ୨ଜଣ ଫସି ରହିଥିବା କୁହାଯାଉଛି।

ତେବେ ଯାତ୍ରୀଙ୍କ ଅବସ୍ଥା ଦେଖି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe