Image Courtesy of India Today
ନୂଆଦିଲ୍ଲୀ: ଖଣି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଗୁରୁବାର ଦିନ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ସମନ୍ ଜାରି କରିଥିବା ଆଜି ଜାତୀୟସ୍ତରୀୟ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପ୍ରବର୍ତ୍ତନ ନିର୍ଦେଶାଳୟରେ ପହଞ୍ଚିବା ପାଇଁ ଉକ୍ତ ସମନ୍ରେ ଉଲ୍ଲେଖ ଅଛି।
ଉପରୋକ୍ତ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ସୋରେନ୍ଙ୍କ ସହଯୋଗୀ ପଙ୍କଜ ମିଶ୍ରାଙ୍କୁ ଗିରଫ କରି ସାରିଛି। ପଙ୍କଜ ମିଶ୍ରାଙ୍କ ସହିତ ସମ୍ପୃକ୍ତ ଥିବା ୧୮ଟି ସ୍ଥାନ ଏବଂ ତାଙ୍କର ବ୍ୟାବସାୟିକ ସହଯୋଗୀମାନଙ୍କ ପ୍ରତିଷ୍ଠାନ ଉପରେ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଜୁଲାଇ ୮ ତାରିଖ ଦିନ ଚଢ଼ଉ କରିଥିଲା।
Image Courtesy of Republic Worldମାର୍ଚ ମାସରେ ମିଶ୍ରା ଏବଂ ଅନ୍ୟମାନଙ୍କ ନାମରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରଭେନ୍ସନ୍ ଅଫ୍ ମିନି ଲଣ୍ଡରିଙ୍ଗ୍ ଆକ୍ଟ’ (ପିଏମ୍ଏଲ୍ଏ) ଅନୁସାରେ ମାମଲା ରୁଜୁ କରିବା ପରେ ଚଢ଼ଉ ଆରମ୍ଭ ହୋଇଥିଲା। ଅଭିଯୋଗ ଥିଲା, ମିଶ୍ରା ବେଆଇନ ଭାବେ ବିପୁଳ ସମ୍ପତ୍ତି କରାୟତ୍ତ କରିଛନ୍ତି। ସେ ପ୍ରାୟ ୪୨ କୋଟି ଟଙ୍କାର ସମ୍ପତ୍ତି ହାତେଇ ଥିବା ଏବେ ସୁଦ୍ଧା ଜଣାପଡ଼ିଛି।
‘ପିଏମ୍ଏଲ୍ଏ’ ତଦନ୍ତରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ପ୍ରତିନିଧି ଭାବେ ଝାଡ଼ଖଣ୍ଡର ସାହେବଗଞ୍ଜ ଅଞ୍ଚଳରୁ ବର୍ହୈତ୍, ବିଧାୟକ ପଙ୍କଜ ମିଶ୍ରା ଅଖଣ୍ଡ ରାଜନୈତିକ କ୍ଷମତାର ଅଧିକାରୀ ଅଟନ୍ତି। ସେ ତାଙ୍କର ସହଯୋଗୀମାନଙ୍କ ମାଧ୍ୟମରେ ସାହେବଗଞ୍ଜ ଓ ତତ୍ସଂଲଗ୍ନ ଅଞ୍ଚଳରେ ବେଆଇନ ଖଣି ବ୍ୟବସାୟ ଏବଂ ନଦୀ ଘାଟ ସେବା ନିୟନ୍ତ୍ରଣ କରନ୍ତି।
Follow Us