Image Courtesy of India Today
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଅନ୍ତର୍ଗତ ତାଙ୍କ ନିର୍ବାଚନ ମଣ୍ଡଳୀ ଜାମତାରାରେ ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ଗାଲ ଠାରୁ ଆହୁରି ଚିକ୍କଣ ରାସ୍ତା ନିର୍ମାଣ କରିବେ ବୋଲି ପ୍ରତିଶ୍ରୁତି ଦେଇ କଂଗ୍ରେସ ବିଧାୟକ ଡକ୍ଟର୍ ଇର୍ଫାନ୍ ଅନ୍ସାରି ବିବାଦରେ ପଡ଼ିଯାଇଛନ୍ତି।
ନିଜେ ପ୍ରସ୍ତୁତ କରି ଶୁକ୍ରବାର ଦିନ ପୋଷ୍ଟ୍ କରିଥିବା ଭିଡିଓରେ ଡକ୍ଟର୍ ଇର୍ଫାନ୍ ଅନ୍ସାରି କହୁଥିବା ଶୁଣାଯାଉଛି: ଜାମତାରାରେ ଅବିଳମ୍ବେ ୧୪ଟି ଅତି ଉନ୍ନତ ଧରଣର ରାସ୍ତା ନିର୍ମାଣ କରାଯିବ। ମୁଁ ଭରସା ଦେଇ କହୁଛି କି, ସେ ରାସ୍ତା ସବୁ ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ଗାଲ ଠାରୁ ଚିକ୍କଣ ହେବ।
Image Courtesy of Times Nowସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିବାରୁ କେହି ଦୀର୍ଘ ସମୟ ମାସ୍କ୍ ପରିଧାନ କରିବା ଅନୁଚିତ ବୋଲି କହି ଏ ସପ୍ତାହ ପ୍ରାରମ୍ଭରେ ଡକ୍ଟର୍ ଇର୍ଫାନ୍ ଅସାରି ବିବାଦୀୟ ହୋଇପଡ଼ିଥିଲେ। ଜଣେ ‘ଏମ୍ବିବିଏସ୍’ ଡାକ୍ତର ଭାବେ ଦାମ୍ଭିକତାର ସହ ସେ କହିଥିଲେ ଯେ, ମାତ୍ରାଧିକ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ମାସ୍କ୍ ବ୍ୟବହାର କଲେ ନିଃଶ୍ବାସରେ କାର୍ବନ୍ ଡାଇଅକ୍ସାଇଡ୍ ପଶିଯିବ।
ରାଜନେତାମାନେ ଆଦର୍ଶ ରାସ୍ତାକୁ ଅଭିନେତ୍ରୀଙ୍କ ଗାଲ ସହ ତୁଳନା କରିବା କିଛି ନୂଆ କଥା ନୁହେଁ। ୨୦୧୫ରେ ‘ଆର୍ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ବିହାରର ରାସ୍ତା ସବୁକୁ ଅଭିନେତ୍ରୀ ହେମାମାଳିନୀଙ୍କ ଗାଲ ଭଳି ମସୃଣ କରିବେ ବୋଲି ପ୍ରତିଶ୍ରୁତି ଦେଇ ବିବାଦୀୟ ହୋଇଥିଲେ। ନଭେମ୍ବର ୨୦୨୧ରେ ନବ ନିଯୁକ୍ତ ରାଜସ୍ତାନ ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଢ଼ା ମଧ୍ୟ ରାଜ୍ୟର ରାସ୍ତାଗୁଡ଼ିକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ଗାଲ ସହ ତୁଳନା କରି ବିବାଦୀୟ ହୋଇଥିଲେ।
Follow Us