ଝାଡ଼ଖଣ୍ଡ ବିଧାନସଭ‌ା ନିର୍ନାଚନ: ଆଦର୍ଶ ନିର୍ବାଚନ ଆଚରଣ ବିଧିରେ ଲାଗୁ ହେଲା ନୂଆ ନିୟମ; ଜାଣନ୍ତୁ, ସେସବୁ କ’ଣ?...

ଝାଡ଼ଖଣ୍ଡ ବିଧାନସଭ‌ା ନିର୍ନାଚନ: ଆଦର୍ଶ ନିର୍ବାଚନ ଆଚରଣ ବିଧିରେ ଲାଗୁ ହେଲା ନୂଆ ନିୟମ; ଜାଣନ୍ତୁ, ସେସବୁ କ’ଣ?...

ET Times

ରାୟପୁର/ନୂଆଦିଲ୍ଲୀ: ଝାଡ଼ଖଣ୍ଡ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସଂପ୍ରତି ସମଗ୍ର ରାଜ୍ୟରେ ଏବେ ଆଦର୍ଶ ନିର୍ବାଚନ ଆଚରଣ ବିଧି (ଏମ୍‌ସିସି) ଲାଗୁ ରହିଥିବା ବେଳେ ଏବେ ଏଥିରେ କିଛି ନୂଆ ନିୟମ ଓ ସର୍ତ୍ତକୁ ଲାଗୁ କରା ଯାଇଥିବା ‌େନଇ ସୂଚନା ଦେଇଛନ୍ତି ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ‌ଚୌବେ।

publive-image ET Times

ରାଜ୍ୟରେ ଲାଗୁ କରା ଯାଇଥିବା ନୂତନ ନୂଆ ନିୟମ ଓ ସର୍ତ୍ତ ଅନୁଯାୟୀ ଆଦର୍ଶ ନିର୍ବାଚନ ଆଚରଣ ବିଧି (ଏମ୍‌ସିସି) ଲାଗୁ ରହିଥିବା କାଳରେ କୌଣସି ବି ବ୍ୟକ୍ତି ନିଜ ଗାଡ଼ିରେ ଏକକାଳୀନ ସାଙ୍ଗରେ ୫୦ ହାଜାର ବା ତଦୁର୍ଦ୍ଧ ଟଙ୍କା ଧରି ଆତଯାତ କରିପାରିବେ ନାହିଁ। ଏହା ବାଦ କୌଣସି ପ୍ରାର୍ଥୀ ବା ସେମାନଙ୍କ ସମର୍ଥକ ୧୦ ହଜାର ଟଙ୍କା ନଗଦ, ବା ‌େଭାଟରଙ୍କୁ ପ୍ରଭାବିତ କରିବା ପାଇଁ କୌଣସି ପ୍ରକାରର ଉପହାର ସାମଗ୍ରୀ ବା ମଦ ବା ଅନ୍ୟ କୌଣସି ପ୍ରକାରର ସାମଗ୍ରୀ ଧରି ଆତଯାତ ହୋଇପାରିବେ ନାହିଁ। ଯଦି କେହି ଏପରି କରନ୍ତି ତେବେ ତାହାକୁ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ବୋଲ ବିିବେଚନା କରାଯିବା ସହ ସେମାନଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରି ଦେଇଛନ୍ତି ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ‌ଚୌବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe