ଝାଡ଼ଖଣ୍ଡ ନିର୍ବାଚନ ପାଇଁ ତାରିଖ ଘୋଷଣା: ୫ଟି ପର୍ଯ୍ୟାୟରେ ମତଦାନ, ଡିସେମ୍ବର ୨୩ରେ ଫଳାଫଳ

Advertisment

ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌

ନଭେମ୍ବର ୩୦ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ତାରିଖ ଘୋଷଣା: ୫ଟି ପର୍ଯ୍ୟାୟରେ ମତଦାନ, ଡିସେମ୍ବର ୨୩ରେ ଫଳାଫଳ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି। ୮୧ ଆସନ ବିଶିଷ୍ଟ ଏହି ବିଧାନସଭା ପାଇଁ ୩୦ ନଭେମ୍ବରରୁ ୫ଟି ‌ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ଫଳାଫଳ ଡିସେମ୍ବର ୨୩ରେ ଘୋଷଣା ହେବ। ତାରିଖ ଘୋଷଣା ସହିତ ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ୩୦ ନଭେମ୍ବର, ଦ୍ବିତୀୟ ପର୍ଯ୍ୟାୟ ୭ ଡିସେମ୍ବର, ତୃତୀୟ ପର୍ଯ୍ୟାୟ ୧୨ ଡିସେମ୍ବର, ଚତୁର୍ଥ ପର୍ଯ୍ୟାୟ ୧୬ ଡିସେମ୍ବର ଏବଂ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ୨୦ ଡିସେମ୍ବରରେ ହେବ। ଝାଡ଼ଖଣ୍ଡରେ ଚଳିତ ବିଧାନସଭାର କାର୍ଯ୍ୟକାଳ ୫ ଜାନୁଆରି ୨୦୨୦ରେ ଶେଷ ହେଉଛି। ଖ୍ରୀଷ୍ଟମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ କମିସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୩ଟି ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୦ ଆସନ, ତୃତୀୟ ପର୍ଯ୍ୟାୟରେ ୧୭ ଆସନ, ଚତୁର୍ଥ ପର୍ଯ୍ୟାୟରେ ୧୫ ଆସନ ଏବଂ ପଂଚମ ତଥା ଶେଷ ପର୍ଯ୍ୟାୟରେ ୧୬ ଆସନରେ ଭୋଟ୍‌ ଗ୍ରହଣ ହେବ।

ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ୍‌ ମାଧ୍ୟମରେ ମତଦାନ କରିବାକୁ ଏଥର ସୁବିଧା କରାଯାଇଛି। ସେମାନେ ଘରେ ବସି ମଧ୍ୟ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ମତାଧିକାର ସାବ୍ୟସ୍ତ କରିପାରିବେ। ଏବେ ରାଜ୍ୟରେ ବିଜେପି ଏବଂ ଅଲ୍‌ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍‌ସ ୟୁନିୟନ (ଏଜେଏସ୍‌ୟୁ) ମେଣ୍ଟ ସରକାର ରହିଛି ଏବଂ ପୁଣି କ୍ଷମତାକୁ ଆସିବା ବିଜେପି ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଛି । ଗତ ନିର୍ବାଚନରେ ବିଜେପି ୩୭ ଏବଂ ସହଯୋଗୀ ଏଜେଏସ୍‌ୟୁ ୫ଟି ଆସନରେ ବିଜୟୀ ହୋଇଥିଲା। ଉଭୟ ଦଳ ବିଜେପି ନେତା ରଘୁବର ଦାସଙ୍କ ନେତୃତ୍ବରେ ସରକାର ଗଠନ କରିଥିଲେ ଏବଂ ଏହା ୫ ବର୍ଷ କାର୍ଯ୍ୟକାଳ ପୂରଣ କରିଛି। ଗତ ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ୧୯ ଆସନ ଦଖଲ କରିଥିବା ବେଳେ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ୮ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ୭ଟି ଆସନ ଜିତିଥିବା ବେଳେ ଅନ୍ୟମାନଙ୍କୁ ୬ଟି ଆସନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe