ଝାଡ଼ଖଣ୍ଡ ବେଆଇନ ଖଣି ଖନନ ମାମଲା: ନଗଦ ୫୦ ଲକ୍ଷ, ୧ କେଜି ସୁନା ଜବତ

Advertisment

ଝାଡ଼ଖଣ୍ଡରେ ବେଆଇନ ପଥର ଖଣି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୩ଟି ରାଜ୍ୟର ୧୬ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉରେ ପାଖାପାଖି ୫୦ ଲକ୍ଷ ନଗଦ ଟଙ୍କା, ଏକ କିଲୋଗ୍ରାମ ସୁନା, ଏକ କିଲୋଗ୍ରାମ ରୁପା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ସମ୍ବନ୍ଧୀୟ...

ଝାଡ଼ଖଣ୍ଡରେ ବେଆଇନ ପଥର ଖଣି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୩ଟି ରାଜ୍ୟର ୧୬ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉରେ ପାଖାପାଖି ୫୦ ଲକ୍ଷ ନଗଦ ଟଙ୍କା, ଏକ କିଲୋଗ୍ରାମ ସୁନା, ଏକ କିଲୋଗ୍ରାମ ରୁପା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ସମ୍ବନ୍ଧୀୟ...

gjgdggj

ରାଞ୍ଚି: ଝାଡ଼ଖଣ୍ଡରେ ବେଆଇନ ପଥର ଖଣି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୩ଟି ରାଜ୍ୟର ୧୬ଟି ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉରେ ପାଖାପାଖି ୫୦ ଲକ୍ଷ ନଗଦ ଟଙ୍କା, ଏକ କିଲୋଗ୍ରାମ ସୁନା, ଏକ କିଲୋଗ୍ରାମ ରୁପା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ସମ୍ବନ୍ଧୀୟ ଅନେକ ଦସ୍ତାବିଜ ଜବତ କରାଯାଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଜନୈତିକ ସହଯୋଗୀ ପଙ୍କଜ ମିଶ୍ରଙ୍କ ଭୂମିକା ସନ୍ଦେହ ଘେରରେ ଥିବାବେଳେ ଏହି ମାମଲାର ତଦନ୍ତ ପାଇଁ ସିବିଆଇ ବର୍ତ୍ତମାନ ଝାଡ଼ଖଣ୍ଡର ୧୪ଟି ସ୍ଥାନ, ପାଟନାର ଗୋଟିଏ ଓ କୋଲକାତାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ସନ୍ଦିଗ୍ଧ ଏବଂ ସେମାନଙ୍କ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି।

ଝାଡ଼ଖଣ୍ଡର ଜଣାଶୁଣା ‘ନିମ୍ବୁ ପାହାଡ଼’ ଅଞ୍ଚଳରୁ ବେଆଇନ ଭାବେ ମୂଲ୍ୟବାନ ପଥର ଉତ୍ତୋଳନ ମାମଲାରେ ଏହି ଚଢ଼ଉ ସିବିଆଇ ତଦନ୍ତର ଏକ ଅଂଶ ବୋଲି କୁହାଯାଇଛି। ବିନା ଅନୁମତିରେ ପଥର ଖନନ କରାଯାଇ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସିବିଆଇ ଅଧିକାରୀମାନେ କହିଛନ୍ତି ଯେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୩ ନଭେମ୍ବର ୨୩ରେ ମାମଲା ରୁଜୁ କରିବା ପରେ ବିଭିନ୍ନ ପର୍ଯ୍ୟାୟରେ ତଦନ୍ତ ଜାରି ରହିଛି। ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe