ଝାଡ଼ଖଣ୍ଡ ବିଚାରପତି ମୃତ୍ୟୁ ମାମଲା: ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

Advertisment
ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଧା‌ନବାଦ : ଧାନବାଦର ଅତିରିକ୍ତ ଜିଲ୍ଲା ବିଚାରପତି ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଅଭିଯୁକ୍ତଙ୍କୁ ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ୨ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗତ ମାସ ଜୁଲାଇ ୨୮ରେ ସିବିଆଇ କୋର୍ଟ ବିଚାରପତି ଜଷ୍ଟିସ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ମାମଲାରେ ଅଟୋରିକ୍ସା ଡ୍ରାଇଭର ଲଖନ ବର୍ମା ଏବଂ ତା’ ସହଯୋଗୀ ରାହୁଲ ବର୍ମାକୁ ଦୋଷୀସାବ୍ୟସ୍ତ କରିଥିଲେ। ଆଜି ଏହି ମାମଲାରେ ଉକ୍ତ ୨ ଜଣଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡ ହୋଇଛି। ଏହାବାଦ ଏମାନଙ୍କୁ ୨୦ ହଜାର ଟଙ୍କା ଜରିମାନା ହୋଇଛି। ଉକ୍ତ ୨ ଦୋଷୀ ଭୁଲ୍‌ ତଥ୍ୟ ଦେଇ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିବାରୁ ଏହି ମାମଲାରେ ସେମାନଙ୍କୁ ୭ ବର୍ଷ ଜେଲ୍‌ ହୋଇଛି ଏବଂ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଉଭୟ ଦଣ୍ଡାଦେଶ ଏକା ସମୟରେ ଚାଲିବ। ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ ୨୮ରେ ବିଚାରପତି ଉତ୍ତମ ଆନନ୍ଦ ମର୍ଣ୍ଣିଂ ୱାକ୍‌ କରୁଥିବା ସମୟରେ ତାଙ୍କ ଉପରେ ଅଟୋ ରିକ୍ସା ମଡ଼ାଇ ଦିଆଯାଇଥିଲା। ସେହିଦିନ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ଫେବ୍ରୁଆରିରେ ଏହି ହତ୍ୟା ମାମଲାରେ ବିଚାରଣ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe