ଝାଡ଼ଖଣ୍ଡ ବିଚାରପତିଙ୍କୁ ଅଟୋରିକ୍ସା ଚାଳକ ଜାଣିଶୁଣି ଧକ୍କା ଦେଇଛନ୍ତି: ଅଦାଲତଙ୍କୁ କହିଲା ‘ସିବିଆଇ’

ଝାଡ଼ଖଣ୍ଡ ବିଚାରପତିଙ୍କୁ ଅଟୋରିକ୍ସା ଚାଳକ ଜାଣିଶୁଣି ଧକ୍କା ଦେଇଛନ୍ତି: ଅଦାଲତଙ୍କୁ କହିଲା ‘ସିବିଆଇ’

Image Courtesy of NDTV

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଚାରପତି ଉତ୍ତମ ଆନନ୍ଦଙ୍କୁ ଅଟୋରିକ୍ସା ଚାଳକ ଜାଣିଶୁଣି ଧକ୍କା ଦେଇଥିଲେ ବୋଲି ସ୍ଥଳବିଶେଷ ତଦନ୍ତ ଏବଂ ଫୋରେନ୍‌ସିକ୍‌ ରିପୋର୍ଟରୁ ଜଣାପଡ଼ିଥିବା କଥା ‘ସିବିଆଇ’ ଆଜି ଅଦାଲତଙ୍କୁ କହିଛି।

ଆଜି ଅଦାଲତରେ ହାଜର ‌ହୋଇ ମାମଲା ସଂକ୍ରାନ୍ତ ସଦ୍ୟତମ ତଥ୍ୟ ଦେବାକୁ ତଦନ୍ତର ତତ୍ତ୍ବାବଧାନ କରୁଥିବା ‘ସିବିଆଇ’ର ଯୁଗ୍ମ ନିର୍ଦେଶକଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ କହିଥିଲେ।

ଜୁଲାଇ ମାସରେ ଗୋଟାଏ ଅଟୋରିକ୍ସା ଧକ୍କା ଦେବାରୁ ଝାଡ଼ଖଣ୍ଡର ଜିଲ୍ଲା ଜଜ୍‌ ଉତ୍ତମ ଆନନ୍ଦଙ୍କର ମୃତ୍ୟୁ ଘଟିଥିଲା। ବିଚାରପତି ଆନନ୍ଦଙ୍କୁ ଜାଣିଶୁଣି ଧକ୍କା ଦିଆଯାଇଥିବା କଥା, ‘ସିସିଟିଭି ଫୁଟେଜ୍’ ଓ ଅପରାଧସ୍ଥଳର ବିଶ୍ଳେଷଣ ତଥା ଅପରାଧ ଦୃଶ୍ୟର ପୁନଃସଂରଚନାରୁ ଜଣାପଡ଼ିଥିବା କଥା ବିଶେଷସୂତ୍ରରୁ ସୂଚନା ମିଳିଛି।

publive-image Image Courtesy of OpIndia

ଉପରୋକ୍ତ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଏହି ଘଟଣାର ପ୍ରମାଣସମୂହ ଅନୁଧ୍ୟାନ କରିବା ଲାଗି ସମଗ୍ର ଦେଶରୁ ‘ସିବିଆଇ’ ୪ଟି ପୃଥକ୍‌ ଫୋରେନ୍‌ସିକ୍‌ ଟିମ୍‌ ନିୟୋଜିତ କରିଥିଲା।

ଏଥିସହ, ଗୁଜରାଟର ଗାନ୍ଧୀନଗରରେ ଦୁଇ ଅଭିଯୁକ୍ତଙ୍କର ‘ବ୍ରେନ୍‌ ମ୍ୟାପିଙ୍ଗ୍‌’ ଏବଂ ‘ନେକ୍ରୋ ଆନାଲିସିସ୍’ ବା ‘ଲାଇ-ଡିଟେକ୍ଟର୍‌ ଟେଷ୍ଟ୍‌’ କରାଯିବା ସହ ସେ ସବୁର ରିପୋର୍ଟଗୁଡ଼ିକୁ ଉତ୍ତମରୂପେ ଅଧ୍ୟୟନ କରାଯାଇଛି।

ସମ୍ପ୍ରତି ତଦନ୍ତ ଶେଷ ପର୍ଯ୍ୟାୟରେ ଉପନୀତ ହେବାକୁ ଯାଉଛି ଏବଂ ‘ସିବିଆଇ’ ନିଜ ତଦନ୍ତ ରିପୋର୍ଟ ସହ ‘ଫୋରେନ୍ସିକ୍‌’ ରିପୋର୍ଟ ସବୁକୁ ମିଳାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe