ଝାଡ଼ଖଣ୍ଡ: ଝିଅ ବୋଲି ପ୍ରମାଣ କରାଇବାକୁ ଡାକ୍ତରମାନେ ଲିଙ୍ଗ କାଟି ପକାଇବାରୁ ନବଜାତକର ମୃତ୍ୟୁ

Advertisment
ଝାଡ଼ଖଣ୍ଡ: ଝିଅ ବୋଲି ପ୍ରମାଣ କରାଇବାକୁ ଡାକ୍ତରମାନେ ଲିଙ୍ଗ କାଟି ପକାଇବାରୁ ନବଜାତକର ମୃତ୍ୟୁ

Image Courtesy of Indian Express

ରାଞ୍ଚି: ଗୁରୁବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିଧି ଖାରେ ଇତ୍‌ଖୋରି ବ୍ଲକ୍‌ର ଦୁଇ ଡାକ୍ତରଙ୍କୁ ବୁକ୍‌ କରାଇବାକୁ ଚତ୍ରା ସିଭିଲ୍‌ ସର୍ଜନଙ୍କୁ କହିଛନ୍ତି। ସେ ଦୁହେଁ ଜଣେ ନବଜାତ ପୁତ୍ରର ଯୌନାଙ୍ଗ କାଟି ପକାଇବାରୁ ତା’ର ମୃତ୍ୟୁ ହୋଇଥିବା ବିଷୟ ଅଭିଯୋଗ ହେଉଛି।

ଚତ୍ରା ଜିଲ୍ଲା ଇଟ୍‌ଖୋରି ଅନ୍ତର୍ଗତ ଜୟ ପ୍ରକାଶ ନଗରବାସିନୀ ଅନ୍ତଃସତ୍ତ୍ୱା ଗୁଡ଼ିଆ ଦେବୀ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିବା ବେଳେ ମଙ୍ଗଳବାର ରାତିରେ ଓମ୍‌ କ୍ଲିନିକ୍‌ରେ ଉକ୍ତ ନବଜାତକର ମୃତ୍ୟୁ ଘଟିଥିଲା। ଚତ୍ରା ପୁଲିସ କହିବା ଅନୁସାରେ, ରୋଗୀ ଠାରୁ ଅଧିକ ପଇସା ଝଡ଼ାଇବା ଆଶାରେ ଡାକ୍ତରମାନେ କହିଥିଲେ କି, ଅଲ୍‌ଟ୍ରାସାଉଣ୍ଡ୍‌ କରାଯିବା ପରେ ସିଜେରିଆନ୍‌ କରାଯାଇ ପିଲାଟିକୁ ଜନ୍ମ କରାଇବାକୁ ପଡ଼ିବ। ଗୋଟାଏ ମିଛି ମିଛିକା ପରୀକ୍ଷା କରାଇ ସେମାନେ କହିଲେ କି, ଝିଅଟିଏ ହେବ। କିନ୍ତୁ, ଗୁଡ଼ିଆ ଦେବୀ ପୁଅଟିଏ ଜନ୍ମ କରିବାରୁ ଦୁଇ ଡାକ୍ତର ତା’ର ଯୌନାଙ୍ଗ କାଟି ପକାଇଲେ। ପରେ ପ୍ରସୂତିଙ୍କୁ କହିଲେ କି, ବିକଳାଙ୍ଗ ହୋଇ ଜନ୍ମିଥିବା ଝିଅଟି ମରିଗଲା।

ଡାକ୍ତରଙ୍କ ଜବାବରେ ଅସନ୍ତୁଷ୍ଟା ରୋଗୀ ବୁଧବାର ସକାଳେ ଥାନାରେ ଅଭିଯୋଗ କଲେ। କିନ୍ତୁ ପୁଲିସ ଥାନାରେ ପହଞ୍ଚିବା ପୂର୍ବରୁ ଦୁଇ ଡାକ୍ତର ନିରୁଦ୍ଦେଶ ହୋଇ ଯାଇଥିଲେ।

publive-image

ଆଇପିସି ଧାରା ୩୦୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଚାଲୁ ରହିଛି। ଖାରେ ଚତ୍ରା ସିଭିଲ୍‌ ସର୍ଜନ୍‌ଙ୍କୁ କହିଛନ୍ତି କି, କ୍ଲିନିକାଲ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌ ଆକ୍ଟ, ପ୍ରିକନ୍‌ସେପ୍‌ସନ୍‌ ଏବଂ ପ୍ରିନାଟାଲ୍‌ ଡାଇଗ୍ନୋଷ୍ଟିକ୍‌ ଟେକ୍‌ନିକ୍‌ସ୍‌ରେ ଦୁହିଁଙ୍କୁ ବୁକ୍‌ କରନ୍ତୁ। ଦୁହେଁ ଡିଗ୍ରୀଧାରୀ ଡାକ୍ତର କି, ନକଲି ତାହା ଅବଶ୍ୟ ଜଣା ପଡ଼ିନାହିଁ।

ଖାରେ କହନ୍ତି: ଏହା ଗୋଟାଏ ଭୟାବହ ଅପରାଧ। ବିଭିନ୍ନ ଆଇନ୍‌ ଅନୁସାରେ ଏହି ମାମଲା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ସିଭିଲ୍‌ ସର୍ଜନଙ୍କୁ କହିଛି। ଆସନ୍ତା ତିନି ମାସ ମଧ୍ୟରେ ରାଜ୍ୟରୁ ଲିଙ୍ଗ ନିରୂପଣ ପରୀକ୍ଷା ଉଠାଇ ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଥିବା କଥା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe