ଝାଡ଼ଖଣ୍ଡର ପଲମୁ ସଂରକ୍ଷିତ ଉଦ୍ୟାନରେ ବାଘୁଣୀକୁ ମାରିପକାଇଲେ ଗୟଳ ପଲ

Advertisment
ଝାଡ଼ଖଣ୍ଡର ପଲମୁ ସଂରକ୍ଷିତ ଉଦ୍ୟାନରେ ବାଘୁଣୀକୁ ମାରିପକାଇଲେ ଗୟଳ ପଲ

Image Source: National Park Service

ଦୌଲତାଗଞ୍ଜ: ଏକ ୧୪ ବର୍ଷୀୟ ବାଘୁଣୀ ପଲେ ଗୟଳଙ୍କ ସହ ଲଢ଼ି ପ୍ରାଣ ହରାଇଛି। ବେତ୍‌ଲା ଜାତୀୟ ଉଦ୍ୟାନ ଅନ୍ତର୍ଗତ ପଲମୁ ବ୍ୟାଘ୍ର ସଂରକ୍ଷଣରେ ଏହି ଘଟଣାଟି ଘଟିଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ବାଘୁଣୀଟି ଶନିବାର ରାତିରେ ପ୍ରାଣ ହରାଇଥିବା ସେମାନେ ସନ୍ଦେହ କରୁଛନ୍ତି। ରବିବାର ସକାଳେ ପାଟ୍ରୋଲିଙ୍ଗ୍‌ ଟିମ୍‌ ମୃତା ବାଘୁଣୀକୁ ଦେଖିଥିଲେ। ଏହା ପରେ ଉଦ୍ୟାନ ଭିତରକୁ ଯିବାକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଥିଲା।

publive-image Image Source: Indian Express

ଉଦ୍ୟାନର ରେଞ୍ଜର୍‌ କହିବା ଅନୁସାରେ, ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀଟି ଗୟଳ ପଲକୁ ମୁକାବିଲା କରି ନ ପାରି ପ୍ରାଣ ହରାଇଛି। ଘଟଣାସ୍ଥଳରେ ବାଘୁଣୀର ପଞ୍ଝା ଓ ଗୟଳମାନଙ୍କର ଖୁରା ଚିହ୍ନ ରହିଛି। ଏଥିରୁ ଅନୁମାନ ସେମାନଙ୍କ ମଧ୍ୟରେ ଭୟବହ ଲଢ଼େଇ ହୋଇଥିବ। ବାଘୁଣୀ ପେଟରେ ମଧ୍ୟ କେତେଗୁଡ଼ିଏ ଗଭୀର କ୍ଷତ ହୋଇଛି।

ସେଥିରୁ ଗୋଟାଏ କ୍ଷତ ତିନି ଇଞ୍ଚ୍‌ ହେବ। ବାର୍ଦ୍ଧକ୍ୟ ଯୋଗୁଁ ତା’ର ଦାନ୍ତ ଓ ନଖ ଘୋରି ହୋଇଯାଇଥିଲା। ମୃତା ବାଘୁଣୀର ଲମ୍ବ ୮. ୬ ଇଞ୍ଚ୍‌। ବ୍ୟବଚ୍ଛେଦ ପରେ ବନ କର୍ମଚାରୀମାନେ ତା’ର ଅନ୍ତିମ ସତ୍କାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe